Get Updates
Get notified of breaking news, exclusive insights, and must-see stories!

ଆଜି ଲୋକାର୍ପିତ ହେବ ସମଲେଇ ପ୍ରକଳ୍ପ, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ

ସମ୍ବଲପୁର: ରୂପାନ୍ତରଣର ରଙ୍ଗରେ ସଜେଇ ହୋଇଛି ସମଲେଇ ମନ୍ଦିର । ମା' ସମଲେଶ୍ୱରୀଙ୍କ ପୀଠର ରୂପାନ୍ତରୀକରଣ ହେବା ସହ ଆଜି ଏହାର ଲୋକାର୍ପଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର ଲୋକାର୍ପଣ କରିବେ ।

 Samalei projject

ଏହା ସହ ଆଜି (ଶନିବାର) ଠାରୁ ଆରମ୍ଭ ହେବ ମହାଯଜ୍ଞ । ଏଥି ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର 169 ମନ୍ଦିରକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଲୋକାର୍ପଣ ଉତ୍ସବରେ ଯୋଗଦେବେ 3 ହଜାରରୁ ଅଧିକ ଅତିଥି । ଦିନ ସାଢ଼େ 12ଟାରେ ମା' ସମଲେଇଙ୍କ ପୀଠରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ 12.50 ଶୁଭଲଗ୍ନରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା 31 ତାରିଖରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେବ ।

ମା' ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା' ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ । ମା' ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ । ମା'ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏକ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରି କହିଛନ୍ତି ଯେ, ମାଁ ସମଲେଇ ହେଉଛନ୍ ଆମର୍ ସମକର୍ ଇଷ୍ଟଦେବୀ । ସବୁ ଲୁକର୍ ଆସ୍ଥା ଆର୍ ବିଶ୍ବାସ୍ ର କେନ୍ଦ୍ରବିନ୍ଦୁ । ସେ ଜଗତ୍ ଜନନୀ ମାଁର୍ କୃପା ଆର୍ ସବୁ ଲୋକମାନକର୍ ଭାବ୍-ବିଶ୍ବାସ୍ କେ ସମ୍ମାନ୍ ଜନେଇକରି ମାଁ ସମଲେଇ ପୀଠ୍ ନୂଆଁ ରୂପ୍ ପାଇଛେ । ଯେନ୍ ଲୋକମାନେ ଇ ସମଲେଇ ପ୍ରକଳ୍ପର୍ ଲାଗି ନିଜର୍ ଜମିକେ ତ୍ୟାଗ୍ କରିଦେଇଛନ୍ ସେମାନେ ସବୁବେଲେ ସୋର୍ ରହେବେ । ସଭେ ଆସୁନ୍ ଇ ମହତ୍ ଲୋକାର୍ପଣ୍ ରେ ସାମିଲ୍ ହେଇ ସେ ଜଗତ୍ ଜନନୀ ମାଁ ସମଲେଇର୍ କୃପା ଲାଭ୍ କରମାଁ

 Samalei projject

ସୂଚନାଥାଉକି, 40 ଏକର ଜମିରେ ପ୍ରାୟ 2ଶହ କୋଟି ଟଙ୍କା ଖର୍ଚ୍ଚରେ ମା' ସମଲେଇ ପୀଠର ବିକାଶ କରାଯାଇଛି । ଭକ୍ତଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଗମଣ୍ଡପ, ପୁରୋହିତଙ୍କ ବିଶ୍ରାମଗୃହ, ମନ୍ଦିରର 4ପାର୍ଶ୍ୱରେ ଐତିହ୍ୟ ଦ୍ୱାର ରହିଛି । ଶ୍ରଦ୍ଧାଳୁମାନେ ପୀଠର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ସମଲେଇ ମନ୍ଦିର ପରିକ୍ରମା ପାଇଁ 1 କିଲୋମିଟରର ପରିକ୍ରମା ପଥ ନିର୍ମାଣ ହୋଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ, ଶୌଚାଳୟ ଆଦି ନିର୍ମାଣ ହୋଇଛି । ଏକାସାଙ୍ଗରେ 6 ହଜାର ଦୀପ ଜଳିବାର ବ୍ୟବସ୍ଥା କରାଯାଇଛି । ଏଥି ସହ ପାର୍କି ବ୍ୟବସ୍ଥା, ମହାନଦୀ ଆଳତୀ ପାଇଁ ବ୍ୟବସ୍ଥା ରହିଛି । ମା' ସମଲେଇଙ୍କ ଭବ୍ୟ ରୂପାନ୍ତରଣରେ ଭକ୍ତଙ୍କ ଦିବ୍ୟ ଅନୁଭୂତି ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+