Get Updates
Get notified of breaking news, exclusive insights, and must-see stories!

Samalei Project Inauguration: ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ଫ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Samalei Project Inauguration: ରୂପାନ୍ତରଣର ରଙ୍ଗରେ ସଜେଇ ହୋଇଛି ସମଲେଇ ମନ୍ଦିର । ଝଲସୁଛି ମାଆ ସମଲେଇଙ୍କ ପୀଠ । ଏହା ସହ ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର ଲୋକାର୍ପଣ କରିଛନ୍ତି ।

ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପ ଯଜ୍ଞସ୍ଥଳରେ ପହଞ୍ଚିଥିଲେ । ହୋମଯଜ୍ଞ ସାଙ୍ଗକୁ ଚଣ୍ଡୀପାଠ ଆରମ୍ଭ ହୋଇଥିବାବେଳେ ମନ୍ତ୍ରଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହେଉଛି । ଏହାପରେ ସେ ମନ୍ଦିର ପରିସରରେ ରୂପାନ୍ତରଣର କାର୍ଯ୍ୟକୁ ଅନୁଧ୍ୟାନ କରିବେ ଓ ଏସଏଚଜି ମହିଳାମାନଙ୍କ ସହ ଆଲୋଚନା ମଧ୍ୟ କରିବେ ।

samalei project

ଉଲ୍ଲେଖ ଥାଉ କି ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା' ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ମଧ୍ୟାହ୍ନ ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିଥିଲେ । ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ନ ପ୍ରାୟ 1 ଟାରେ ଏହି ମନ୍ଦିର ଲୋକାର୍ପଣ କରିଥିବା ଜଣାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବି ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ୟାଟେରି ଗାଡ଼ିରେ ବସି ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଥିବା ଜଣାଯାଇଛି । ଗତକାଲି ହଜାରେରୁ ଅଧିକ ମହିଳା ମହାନଦୀରୁ ଜଳ କୁମ୍ଭ ଧରି କଳସ ଯାତ୍ରା କରି ସମଲେଇ ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ନଡ଼ିଆ କଳସ ଗୁଡିକୁ ରଖାଯାଇଛି । ସନ୍ଧ୍ୟାରେ ମହାନଦୀ କୂଳରେ ମହାନଦୀ ଘାଟରେ ସନ୍ଧ୍ୟା ଆଳତିର ବନ୍ଦବୋସ୍ତ କରାଯାଇଛି ।

ପ୍ରକଳ୍ପ ଅଧୀନରେ ମନ୍ଦିରର ଚତୁଃପାର୍ଶ୍ୱକୁ ସମ୍ପ୍ରସାରଣ କରାଯାଇଛି । ଯାତ୍ରୀ ନିବାସ, ଯାତ୍ରୀ ପ୍ରତୀକ୍ଷାଳୟ ରହିଛି । ଯାତ୍ରୀଙ୍କ ଧାଡ଼ି ଦର୍ଶନ ପାଇଁ ସେଡର ବ୍ୟବସ୍ଥା କରାଯାଇଛି । ଏକ ପୁଷ୍କରଣୀର ପୁନରୁଦ୍ଧାର କରାଯାଇଛି । ପଥର କାମ, ଚାରା ରୋପଣ କରାଯାଇଛି ।

ତେବେ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ମା' ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ । ମା' ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ । ମା'ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି । ମା'ଙ୍କ କୃପାରୁ ରେକର୍ଡ ସମୟ ଭିତରେ ପ୍ରକଳ୍ପ କାମ ସରିଛି । ଏହି ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ । ଏକାସାଙ୍ଗରେ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ । ସମଲେଇ ପ୍ରକଳ୍ପ ଭାଇଚାରା ଓ ମା'ଙ୍କ ଆଶୀର୍ବାଦର ପରିଚୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+