Get Updates
Get notified of breaking news, exclusive insights, and must-see stories!

ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ, ନିର୍ଦ୍ୱନ୍ଦରେ ହେଲେ ନିର୍ବାଚିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ମିଳିଲା ନୂଆ ଉପବାଚସ୍ପତି । ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପ-ବାଚସ୍ପତି । ନିର୍ଦ୍ୱନ୍ଦରେ ବିଧାନସଭାର ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ନୂଆ ଉପ-ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ । ସେହିଭଳି ଉପ-ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଲୁଗା ପ୍ରଧାନ ।

deputy speaker Saluga pradhan

ଗତକାଲି ଉପ-ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ଉପ-ବାଚସ୍ପତିଙ୍କୁ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହମ ମାଝୀ ଓ କଂଗ୍ରେସ ଦଳ ପକ୍ଷରୁ ଦାଶରଥି ଗମାଙ୍ଗ ଶୁଭେଚ୍ଛା ଜଣାଇଥିଲେ। ବିଧାନସଭାର ଗର୍ବ ଗାରିମା ବଜାୟ ରଖି ଗୃହର ସୁପରିଚାଳନା ପାଇଁ ଆଶା ରଖିଥିଲେ ଉଭୟ ଦଳ । ସେ ନିରପେକ୍ଷ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବେ ବୋଲି ବି କହିଥିଲେ ସାଲୁଗା ପ୍ରଧାନ । ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାର ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ।

ଜି. ଉଦୟଗିରିର ବିଧାୟକ ହେଉଛିନ୍ତି ସାଲୁଗା ପ୍ରଧାନ। ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ 2000 ମସିହାରେ ଏବଂ ଏହାପରେ 2019 ମସିହାରେ ନିର୍ବାଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, 2019 ମସିହାରୁ ବିଧାନସଭାର ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିବା ରଜନୀକାନ୍ତ ସିଂହ । ଗତ ନଭେମ୍ବର 8 ତାରିଖରେ ଇସ୍ତଫା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+