Get Updates
Get notified of breaking news, exclusive insights, and must-see stories!

ମହାନଦୀ ପଠାରେ ବୁଲୁଥିଲା ବଉଳା କୁମ୍ଭୀର, ଉଦ୍ଧାର କଲା ବନ ବିଭାଗ

ନୟାଗଡ଼: ମହାନଦୀ ପଠାରେ ବୁଲୁଛି ବଉଳା କୁମ୍ଭୀର । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମ ନିକଟସ୍ଥ ମହାନଦୀ ବାଲିରେ ବୁଲୁଛି ବଉଳା କୁମ୍ଭୀର । ଏ ନେଇ ଖବର ପାଇବା ପରେ ଉଦ୍ଧାର କରିଛି ବନବିଭାଗ । ଉଦ୍ଧାର କରି କୁମ୍ଭୀରକୁ ସାତକୋଶିଆରେ ଛାଡିଛି ବନବିଭାଗ ।

crocodile

ସୂଚନା ଅନୁସାରେ, କେନ୍ଦୁପଲ୍ଲୀ ଗ୍ରାମର ଟୁକୁନା ବେହେରା ନାମକ ଜଣେ ବ୍ୟକ୍ତି ନିକଟସ୍ଥ ମହାନଦୀକୁ ମାଛ ମାରିବା ପାଇଁ ଯିବାବେଳେ ରାସ୍ତା ମୁହାଁ ହୋଇଥିବା ଏକ କୁମ୍ଭୀରକୁ ହଠାତ୍ ଦେଖିଥିଲେ । ଏହାପରେ ସେ ଗ୍ରାମବାସୀଙ୍କୁ ଏ ନେଇ ଖବର ଦେଇଥିଲେ । ଗ୍ରାମବାସୀମାନେ ଏକତ୍ରିତ ହେବା ସହ କୁମ୍ଭୀରକୁ କାବୁ କରି ଗଣିଆ ବନବିଭାଗକୁ ଫୋନକରି ଜଣାଇଥିଲେ ।

ବନବିଭାଗର ବନପାଳ ବବୁଲ ସାହୁ, ବନପାଳ ସନ୍ତୋଷ କୁମାର ସାହୁ ସମେତ ସମସ୍ତ ସ୍କ୍ୱାର୍ଡ ଉପସ୍ଥିତ ହୋଇଥିଲେ ଏବଂ ଉଦ୍ଧାର କୁମ୍ଭୀରକୁ ବଡମୁଳ ସ୍ଥିତ ସାତକୋଶିଆ ଗଣ୍ଡରେ ଛଡାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+