ପୁରୁଣା ମାମଲାରେ ଗିରଫ ହେଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ
ଭୁବନେଶ୍ୱର: ଗିରଫ ହେଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ଭୁବନେଶ୍ୱର ମହିଳା ଥାନା ତାଙ୍କୁ ଗ୍ରଫ କରିଛି ।
ସୂଚନା ଅନୁସାରେ ପ୍ରଦୀପଙ୍କୁ କୌଣସି ଏକ ମାମଲାରେ ପୋଲିସ ଥାନାକୁ ଡାକିଥିଲା । ତାପରେ ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏକ ପୁରୁଣା ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଦୁଇ ବର୍ଷ ତଳେ, ଧାବିକା ଦୂତୀ ଚାନ୍ଦ କରିଥିବା ଅଭିଯୋଗ ଆଧାରରେ ଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି ପୋଲିସ । ପ୍ରଦୀପଙ୍କ ଓକିଲ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି, ଦୂତୀ ଚାନ୍ଦ ପ୍ରାୟ 2ବର୍ଷ ତଳେ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ପ୍ରଦୀପ କୋର୍ଟରେ ବେଲ୍ ଆବେଦନ କରିଥିଲେ । ହେଲେ,ବିଭିନ୍ନ ସମସ୍ୟା ପାଇଁ ବେଲ୍ ହୋଇପାରିନଥିଲା । ତାଙ୍କ ବିରୋଧରେ ଆଇପିସି ଧାରା, 506, 35-4-ଏ, 385, 120(ବି) ଧାରା ଲାଗିଛି । ଆଉ ସେହି ପୁରୁଣା ମାମଲାରେ ତାଙ୍କୁ ଗିରଫ କରାଯାଇଛି ।
କିନ୍ତୁ ଏତେ ଦିନ ହେଲା ମାମଲା ରହିଥିଲେ ବି ଏବେ କାହିଁକି ଗିରଫ କରାଯାଇଛି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପଙ୍କ ଓକିଲ । ଏହି ଖବର ପାଇ ଥାନା ନିକଟରେ ବହୁ ସୂଚନା ଅଧିକାର କର୍ମୀ, ସାମାଜିକ ସଂଗଠନର ସଦସ୍ୟ ଥାନା ନିକଟରେ ପହଁଚିଛନ୍ତି । ତେବେ ଏନେଇ ପୋଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ପ୍ରଦୀପ ଦୀର୍ଘ ବର୍ଷ ହେଲା ସୂଚନା ଅଧିକାର କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସୂଚନା ଅଧିକାର ଆଇନ ବଳରେ ସରକାରୀ ତଥ୍ୟ ମାଗି ଆସୁଛନ୍ତି ।












Click it and Unblock the Notifications