ଏଣିକି ଭୁବନେଶ୍ବର ଏୟାରପୋର୍ଟରେ RT PCR ଟେଷ୍ଟ ବାଧ୍ୟତାମୂଳକ
ଭୁବନେଶ୍ବର ବିମାନ ବନ୍ଦରରେ ନୂଆ ନିୟମ ଲାଗୁ ହୋଇଛି । ବାହାର ରାଜ୍ୟରୁ ଆସୁଥିବା କିମ୍ବା ବାହାର ରାଜ୍ୟକୁ ବିମାନ ବନ୍ଦର ଦେଇଯାଉଥିବା ପ୍ରତିଟି ଯାତ୍ରୀଙ୍କ RT PCR (Reverse Transcription Polymerase Chain Reaction) ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଥମିବାରେ ନାଁ ନେଉନି । ସେପଟେ ରାଜ୍ୟରେ ଜାରି ରହିଥିବା 14 ଦିନିକି ଲକଡାଉନର ଅବଧି ଶେଷ ହେବାକୁ ବସିଲାଣି । ରେଳ ଚଳାଚଳ ଏବଂ ବିମାନ ସେବା ମଧ୍ୟ ଖୋଲା ରହିଛି । ଏପରି ପରିସ୍ଥିତିରେ ସଂକ୍ରମଣକୁ ଚେକ ଦେବାକୁ ନୂଆ ନୂଆ ଫର୍ମୁଲା ଆପଣାଉଛନ୍ତି ରାଜ୍ୟ ସରକାର ।

ଆଜି ଭୁବନେଶ୍ବର ବିମାନ ବନ୍ଦରରେ ନୂଆ ନିୟମ ଲାଗୁ ହୋଇଛି । ବାହାର ରାଜ୍ୟରୁ ଆସୁଥିବା କିମ୍ବା ବାହାର ରାଜ୍ୟକୁ ବିମାନ ବନ୍ଦର ଦେଇଯାଉଥିବା ପ୍ରତିଟି ଯାତ୍ରୀଙ୍କ RT PCR (Reverse Transcription Polymerase Chain Reaction) ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ତେବେ ବିଏମସି ପକ୍ଷରୁ ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ବରୁ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ଏବେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।
ସେପଟେ ରାଜ୍ୟରେ ଆଜି ବି ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦,୭୫୭ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ରହିଛି । ସେହିପରି ଆଜି କଟକରୁ ସର୍ବାଧିକ ୯୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପରେ ପରେ ରହିଛି ଖୋର୍ଦ୍ଧା ଜିଲ୍ଲା, ଯେଉଁଠୁ ସର୍ବାଧିକ ୯୦୯ ଓ ସୁନ୍ଦରଗଡରୁ ୮୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି।












Click it and Unblock the Notifications