Get Updates
Get notified of breaking news, exclusive insights, and must-see stories!

ଆଜି ବି ୧୦ ହଜାର ପାର୍ ସଂକ୍ରମଣ, କଟକରୁ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ବି ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦,୭୫୭ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ରହିଛି ।

ଭୁବନେଶ୍ୱର: ରାଜ୍ୟରେ ଆଜି ବି ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦,୭୫୭ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ରହିଛି । ସେହିପରି ଆଜି କଟକରୁ ସର୍ବାଧିକ ୯୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପରେ ପରେ ରହିଛି ଖୋର୍ଦ୍ଧା ଜିଲ୍ଲା, ଯେଉଁଠୁ ସର୍ବାଧିକ ୯୦୯ ଓ ସୁନ୍ଦରଗଡରୁ ୮୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି।

Odisha Corona Update

ସେହିପରି ଅନୁଗୁଳରୁ ୬୦୬, ବାଲେଶ୍ୱରରୁ ୩୫୪, ବରଗଡରୁ ୪୦୪, ଭଦ୍ରକରୁ ୪୪୩, ବଲାଙ୍ଗରରୁ ୫୦୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୫୦୨, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୫୪, ଝାରସୁଗୁଡ଼ାରୁ ୩୮୮ ଏବଂ ଗଞ୍ଜାମ ଜିଲ୍ଲାରୁ ୨୦୯, ବୌଦ୍ଧ ଜିଲ୍ଲାରୁ ୧୩୩, ଦେବଗଡରୁ ୧୦୨, ଢେଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଜଗତ୍‌ସିଂହପୁରରୁ ୨୧୯, ଜାଜପୁରରୁ ୨୮୧, ଝାରସୁଗୁଡାରୁ ୩୮୮, କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷେ ମାଲକାନାଗିରିରୁ ୧୨୩, ନବରଙ୍ଗପୁରରୁ ୩୮୬, ନୟାଗଡରୁ ୨୨୭, ନୂଆପଡ଼ାରୁ ୫୦୨, ପୁରୀରୁ ୩୫୦, ରାୟଗଡାରୁ ୧୩୬, ସମ୍ବଲପୁରରୁ ୪୯୪, ସୋନପୁରରୁ ୨୪୫ ଏବଂ ଷ୍ଟେଟ ପୁଲ୍‌ରୁ ୨୦୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଆଜିର ତାଲିକାକୁ ମିଶାଇଲ, ରାଜ୍ୟରେ ବର୍ତ୍ତମାନସୁଦ୍ଧା ୧,୦୯,୪୧,୧୯୨ ନମୂନା ପରୀକ୍ଷା ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୨୨,୯୮୧ ରହିଛି। ସେହିପରି ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫,୧୪,୫୩୨। ରାଜ୍ୟରେ ଏବେ ଆକ୍ଟିଭ କେସ ୧,୦୬,୦୬୧ ଥିବାବେଳେ ଆଜି ୧୨୦୭୭ ଜଣ ସୁସ୍ଥ ହୋଇ ଫେରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+