କାର୍ଯ୍ୟରେ ଅବହେଳା କରି ନିଲମ୍ବନ ହେଲେ RPF ଇନ୍ସପେକ୍ଟର
ଟିଟିଲାଗଡ଼: କାର୍ଯ୍ୟରେ ଅବହେଳା କରି ଫସିଲେ ରେଳ ସୁରକ୍ଷା ବଳ ଇନ୍ସପେକ୍ଟର । ଅଭିଯୋଗ ଆସିବା ପରେ ନିଲମ୍ବିତ ହେଲେ ଧର୍ମେନ୍ଦ୍ର ମିଶ୍ର । ତାଙ୍କ ନିଲମ୍ବନ ନେଇ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଅଭିଯୋଗ ଅନୁଯାୟୀ, ଧର୍ମେନ୍ଦ୍ର ମିଶ୍ର ଏବେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରେଳ ସୁରକ୍ଷା ବଳରେ କାର୍ଯ୍ୟରତ ଅଛନ୍ତି । ଚାରି ଦିନ ପୂର୍ବରୁ RPFର ନର୍ଲାରେ କାର୍ଯ୍ୟରତ କନଷ୍ଟେବଳ ବାଳକୃଷ୍ଣ ଭୋଇ ଜଣେ ଗଞ୍ଜେଇ ବେପାରୀଙ୍କଠାରୁ ଲାଞ୍ଚ ନେଉଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର ତାଙ୍କ ବିରୋଧରେ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କଲେ ନାହିଁ । ଏହା ପରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଇନ୍ସପେକ୍ଚର ଧର୍ମେନ୍ଦ୍ର ମିଶ୍ର ।
ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ଲାଞ୍ଚ ନେଉଥିବା କନଷ୍ଟେବଳ ବାଳକୃଷ୍ଣ ଭୋଇଙ୍କୁ ନର୍ଲାରୁ ବିଶାଖାପାଟଣାକୁ ବଦଳି କରାଯାଇଛି ।












Click it and Unblock the Notifications