Get Updates
Get notified of breaking news, exclusive insights, and must-see stories!

ସନ୍ଦେହ ଘେରରେ ASI ଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ

ରାଉରକେଲା: ଗଣ୍ଡଗୋଳରେ ଭିଡ଼ ନିୟନ୍ତ୍ରଣ କରିବା ସମୟରେ ପ୍ରାଣ ହରାଇଛନ୍ତି ASI ଥିବା ଆଲିଶା ନରମି ଲୁଗୁନ । କିନ୍ତୁ ତାଙ୍କ ମୃତ୍ୟକୁ ନେଇ ବଢଛି ସନ୍ଦେହ । ନିକଟରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁର କିଛି ଦିନ ପରେ ରାଉରକେଲାରେ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ଅଚାନକ ମୃତ୍ୟୁକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ହତ୍ୟା ଷଡ଼ଯନ୍ତ୍ର ନେଇ ସନ୍ଦେହ ସୃଷ୍ଟି ହୋଇଛି ।

asi death case

କିଛି ଦିନ ଆଗରୁ ମୃତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ହୋଟେଲରେ ରହୁଥିବା ସମୟରେ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ASI ଏଲିସ୍ ନାର୍ମୀ ଲୁଗୁନ । ଗତ 19 ତାରିଖର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ବର୍ତ୍ତମାନ ASI ଏଲିସ୍ ଙ୍କ ମୃତ୍ୟୁ ସମସ୍ତଙ୍କୁ ଚକ୍କିତ କରିଛି ।

ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଏଏସ୍ଆଇ ଲୁଗୁନଙ୍କ ସ୍ୱାମୀ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଯିବନି ବୋଲି କହିଛନ୍ତି । ହେଲେ ତାଙ୍କର ମୃତ୍ୟୁକୁ ନେଇ ଏଯାଏଁ ମୁହଁ ଖୋଲୁନି ପୋଲିସ । ଏଏସଆଇଙ୍କ ସହ ପିସିଆର ଭ୍ୟାନରେ ଘଟଣାସ୍ଥଳକୁ ଯାଇଥିବା ହାବିଲଦାର ମଧ୍ୟ ଘଟଣାକୁ ନେଇ ମୁହଁ ଖୋଲୁ ନାହାନ୍ତି ।

ଆଲିସା ନରିନ ଲୁଗୁନ, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ସୁସ୍ମିତା ମିଞ୍ଜଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଥିଲା । ସୁସ୍ମିତାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଥାନାରେ ଦେଇଥିବା ଏତଲାରେ ମଧ୍ୟ ଆଲିସା ନରିନ ଲୁଗୁନ ନାଁ ନେଇଥିଲେ । ସୁସ୍ମିତାଙ୍କ ମୃତ୍ୟୁ ପାଇଁ ଲୁଗୁନଙ୍କ ସହ ଅନ୍ୟ କିଛି ଜଣଙ୍କ ନାଁ ନେଇଥିଲେ ତାଙ୍କ ଭାଇ । ଏହି ମୃତ୍ୟୁ ଉପରୁ ପରଦା ହଟିନଥିବାବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ରବିବାର ଅପରାହ୍ନରେ ରାଜା ଗୋଲ୍ଡ ନାମକ ଯାତ୍ରୀବାହୀ ବସ ରାଜଗାଙ୍ଗପୁରରୁ ରାଉରକେଲା ଯାଉଥିଲା । ଉଦିତ ନଗର ଅଗ୍ରସେନ୍ ଭବନ ଛକରେ ଅଗ୍ରେଶନ ଭବନ ଆଡ଼ୁ ଏକ କାର ଆସିବା ଫଳରେ ଯାତ୍ରୀ ବାହି ବସ୍ ସହ ଘଷି ହୋଇଯାଉଥିଲା । ବସ ଡ୍ରାଇଭର ବସ ଅଟକାଇ କାର ମାଲିକଙ୍କ ସହ ବୁଝାମଣା କରି ଷ୍ଟାଣ୍ଡରେ ଯାତ୍ରୀ ଓଲାଇ ଆସି କାର ମରାମତି କରିଦେବାକୁ ଚୁକ୍ତି ହେବା ପରେ ଯାତ୍ରୀବାହୀ ବାସ ବସ ଯାଉଥିଲା ।

ଏହି ସମୟରେ କାର୍ ମାଲିକ ଫୋନ୍ କରିବା ପରେ ବିର୍ଜା ପାଲିରୁ କିଛି ମହିଳା ପୁରୁଷଙ୍କୁ ଡକାଇ ଥିଲା । ବସ୍‌ଟିକୁ ମ୍ୟୁନିସିପାଲଟି ଛକରେ ଅଟକାଇ ଗଣ୍ଡଗୋଳ କରିଥିଲେ ଲୋକେ । ଖବର ପାଇ PCR ଭ୍ୟାନରେ ଉଦିତ ନଗର ମହିଳା ASI ଏନ, lugun ପହଞ୍ଚି ବୁଝାସୁଝା କରିଥିଲେ । ହେଲେ ମାନିନଥିଲେ ଉତ୍ୟକ୍ତ ଲୋକେ ।

ହଠାତ୍ ତଳେ ପଡିଗଲେ ମହିଳା ASI । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗଣ୍ଡଗୋଳ କରିଥିବା ମହିଳା ପୁରୁଷଙ୍କୁ ଉଦିତ ନଗର ପୋଲିସ ଅଟକ ରଖିଥିବା ବେଳେ କାର ଏବଂ ବସକୁ ଜବତ କରିଛି । ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଅଭିଯୋଗ ଆଧାର ରେ ସର ଜମିନ ତଦନ୍ତ କରାଯିବ ବୋଲି କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+