ରୋହିତଙ୍କ ପଦ ଯିବା ପଛରେ କଣ ରହିଛି ପ୍ରକୃତ କାରଣ, ତାଙ୍କ ସ୍ଥାନ ନେବେ କି ସୁଶାନ୍ତ

ଭୁବନେଶ୍ୱର: ବର୍ଷେ ତଳେ ହୋଇଥିଲେ ମନ୍ତ୍ରୀ । ହଠାତ୍ ବାହାର ରାସ୍ତା ଦେଖାଇଦେଲେ ନବୀନ । ମନ୍ତ୍ରିମଣ୍ଡଳରୁ ବାହାର କରି ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କଲେ ନବୀନ ପଟ୍ଟନାୟକ । ଅରୁଣ ସାହୁଙ୍କ ସ୍ଥାନରେ ମନ୍ତ୍ରୀ ହୋଇଥିବା ରୋହିତଙ୍କ ପଦ ବର୍ତ୍ତମାନ ଅତନୁଙ୍କ ପାଖକୁ ଯାଇଛି ।
ରେଢାଖୋଲରୁ ଦୁଇ ଥରର ବିଧାୟକ ହେବା ପରେ ଠିକ୍ ବର୍ଷେ ତଳେ ମନ୍ତ୍ରୀ ଆସନରେ ବସାଇଥିଲେ ନବୀନ । କଣ ହେଲା ଯେ ହଠାତ୍ ନେଇଗଲେ ମନ୍ତ୍ରୀ ପଦ । ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନବୀନ ତାଙ୍କ କ୍ୟାବିନେଟରୁ ବିଦା କରିଛନ୍ତି । ତେବେ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ କାହିଁକି ରୋହିତ ପୂଜାରୀଙ୍କୁ କ୍ୟାବିନେଟରୁ ହଟାଇଦେଲେ ନବୀନ ? ତାଙ୍କ ସ୍ଥାନରେ କାହାକୁ ଦେବେ ପରବର୍ତ୍ତୀ ଦାୟିତ୍ୱ ?ମନ୍ତ୍ରୀ ପଦ ଯିବା ପଛରେ କଣ ରହିଛି ପ୍ରକୃତ କାରଣ ? ତେବେ ଆସନ୍ତୁ ଜାଣିବା ରୋହିତ ପୂଜାରୀଙ୍କ ମନ୍ତ୍ରୀ ପଦ ଯିବା ପଛରେ କଣ ହୋଇପାରେ କାରଣ....
କୁହାଯାଉଛି ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ରୋହିତଙ୍କ ପ୍ରଦର୍ଶନ ସେତେଟା ଭଲ ନଥିଲା । ତେଣୁ ତାଙ୍କୁ ଏଥିରୁ ବାଦ୍ ଦିଆଯାଇଥାଇପାରେ ବୋଲି ରାଜ୍ୟ ରାଜନୀତିରେ କଳ୍ପନା କରାଯାଉଛି । ଏପରିକି ନବୀନଙ୍କ ଅଧିକ ଆଶା ଥାଇପାରେ, ତାହା ପୂରଣ କରିବାରେ ସେ ବିଫଳ ହୋଇଥାଇପାରିଥାନ୍ତି ବୋଲି ମଧ୍ୟ ନିଜେ କହିଛନ୍ତି ରୋହିତ । କିନ୍ତୁ ସେ ନିଜେ ତାଙ୍କର ବେଷ୍ଟ୍ ଦେଇଥିବା କହିଛନ୍ତି ରୋହିତ ।
ଏହା ବାଦ୍ କୁହାଯାଉଛି, ରୋହିତ ପୂଜାରୀ ଓ ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କ ମଧ୍ୟରେ କୁଆଡ଼େ ପଡ଼ୁ ନଥିଲା । ଯାହାକି ବିଭାଗର ପ୍ରଦର୍ଶନକୁ ଖରାପ କରିଥିଲା । ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଗୋଟିଏ ଫାଇଲ୍ କାମ ପାଇଁ ଦୀର୍ଘ ସମୟ ଲାଗୁଥିଲା । ତେଣୁ ମନ୍ତ୍ରୀପଦ ଯିବା ପଛରେ ଏହା ବି କାରଣ ହୋଇପାରେ ବୋଲି କୁହାଯାଉଛି ।
ବିଶେଷକରି ନବ ଦାସଙ୍କ ହତ୍ୟା ପରେ ପୂଜାରୀଙ୍କ ସାଂଗଠନିକ କାର୍ଯ୍ୟ ଓ ପ୍ରତିଶ୍ରୁତି ଦଳୀୟ ନେତାଙ୍କ ନଜରକୁ ଆସିଥିଲା । ଏପରିକି ପଶ୍ଚିମ ଓଡ଼ିଶାରେ ବିଜେଡିର ଶକ୍ତିଶାଳୀ ଗୋଷ୍ଠୀ ପୂଜାରୀଙ୍କୁ ବିରୋଧ କରୁଥିଲେ । ଝାରସୁଗୁଡ଼ା ଉପନିର୍ବାଚନରେ ବି ବିଜେଡି ରୋହିତ ପୂଜାରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇ ନଥିଲା । ତେଣୁ ଦଳ ତାଙ୍କୁ ପ୍ରମୁଖ ଦାୟିତ୍ୱରୁ ହଟାଇ କର୍ମୀଙ୍କୁ ସନ୍ତୁଷ୍ଟ କରାଯାଇଥାଇ ପାରେ ବୋଲି ମଧ୍ୟ କେତେକ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।
କିଛି ଦିନ ପୂର୍ବରୁ ରୋହିତ ପୂଜାରୀ ଦେଇଥିବା ବିବଦୀୟ ମନ୍ତବ୍ୟ ମଧ୍ୟ ଦଳ ମୁଖିଆଙ୍କୁ ଅସନ୍ତୁଷ୍ଟ କରିଥାଇପାରେ ବୋଲି ମଧ୍ୟ କୁହାଯାଉଥିଲା । ରାଜନେତା 60 ବର୍ଷ ବୟସରେ ଅବସର ନେବା ଉଚିତ୍ । ଯାହାକି ବିବାଦ ସୃଷ୍ଟି କରିଥିଲା । ତାପରେ ପୂଜାରୀ ସ୍ପଷ୍ଟ କରି କହିଥିଲେ, ସେ ତାଙ୍କ ନିର୍ବାଚନ ମଣ୍ଡଳୀକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ପୂଜାରୀଙ୍କ ଏଭଳି ମନ୍ତବ୍ୟ ହୁଏତ ଶାସକ ଗୋଷ୍ଠୀକୁ ଅସନ୍ତୁଷ୍ଟ କରିଥିଲା ।
ଏ ସବୁକୁ ବାଦ୍ ଦେଲେ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ପରିବର୍ତ୍ତନରେ ଭଟ୍ଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ସାମିଲ୍ କରା ନ ଯିବାକୁ ନେଇ ପଶ୍ଚିମ ଓଡ଼ିଶାର ଅନେକ ନେତା ବିରୋଧ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ ସୁଶାନ୍ତ ସିଂହ । ରୋହିତ ପୂଜାରୀଙ୍କୁ ବର୍ତ୍ତମାନ ଆସନରୁ ହଟାଇ ସେ ସ୍ଥାନରେ ସୁଶାନ୍ତ ସିଂହଙ୍କୁ ବସା ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications