ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ-ଝିଅ ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ-ଝିଅ ମୃତ । ରୁଗୁଡ଼ି ଥାନା ଠାରୁ ଅଳ୍ପ ଦୂର ଏନ୍ ଏଚ୍ 520 ରେ ଏଭଳି ଅଘଟଣ ଘଟିଛି ।
ମୃତକମାନେ ହେଲେ, ବଲାଣୀ ଥାନା ଲସର୍ଦା ଵୁରୁ ସାହିର ରାମ ସିଂ ମୁଣ୍ଡା ଓ ତାଙ୍କ ଝିଅ ତୁରୀ ମୁଣ୍ଡା । ଉଭୟ ଏକ ବାଇକ୍ ଯୋଗେ ଗୁଗୁଡ଼ିରୁ ନିଜ ଗାଁ ଲସର୍ଦା ଅଭିମୁଖେ ଫେରୁଥିଲେ। ଏହି ସମୟରେ ଲୁହାପଥର ବୋଝେଇ ଟ୍ରଲରଟି ତାଙ୍କ ବାଇକକୁ ଧକ୍କାଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଭୟଙ୍କର ମୃତ୍ୟୁ ଘଟିଥିଲା ।

ଗୁଗୁଡ଼ି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ଘଟଣାସ୍ଥଳରେ ଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ଫଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+