ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱସ୍ତିଜନକ ଖବର । ରାଜ୍ୟରେ କମିଛି ସ଼ଡ଼କ ଦୁର୍ଘଟଣା । ଏହା ସହ ହ୍ରାସ ହୋଇଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା । ଗତବର୍ଷ ତୁଳନାରେ ଏ ବର୍ଷ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ହ୍ରାସ ପରିଲକ୍ଷିତ ହୋଇଛି । ଗତବର୍ଷର ଦ୍ୱିତୀୟ ତ୍ରୈମାସିକ ତୁଳନାରେ 2023 ର ଦ୍ୱିତୀୟ ତ୍ରୈମାସିକରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ସଡ଼କ ଦୁର୍ଘଟଣା 7.56% ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା 6.2 % ହ୍ରାସ ପାଇଛି ।

ରାଜ୍ୟରେ ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସିକରେ 2897 ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ 1397 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ପୂର୍ବ ବର୍ଷର ଦ୍ୱିତୀୟ ତ୍ରୈମାସିକରେ 3134 ଦୁର୍ଘଟଣା ଘଟିଥିବା ବେଳେ 1940 ଜଣଙ୍କର ମୃତ୍ୟୁ ହୋଇଥିଲା । ସଡ଼କ ଦୁର୍ଘଟଣା ଆଘାତ କ୍ଷେତ୍ରରେ, ଚଳିତ ବର୍ଷ ମୋଟ 2572 ଜଣ ଆହତ ହୋଇଛନ୍ତି । ଯାହାକି 2022 ରେ 2871 ଥିଲା ।
ସଡକ ସୁରକ୍ଷା ଯୁଗ୍ମ କମିଶନର ପରିବହନ ଶ୍ରୀ ପି.କେ ମହାନ୍ତି କହିଛନ୍ତି, "ଓଡ଼ିଶା ପୋଲିସର ସହଯୋଗରେ ପରିବହନ ବିଭାଗ ପ୍ରତ୍ୟେକ ମଙ୍ଗଳବାର ଟ୍ରାଫିକ ନିୟମ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଦିବସ ପାଳନ କରୁଛି । ସାରା ରାଜ୍ୟରେ ସଡକ ସୁରକ୍ଷା ନିୟମର କଡାକଡି ଲାଗୁ ହେବା ଯୋଗୁଁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇଛି ।"
ସଡ଼କ ଦୁର୍ଘଟଣାର ମୃତ୍ୟୁକୁ ହ୍ରାସ କରିବା ପାଇଁ ଏକ ସଚେତନତା-କାର୍ଯ୍ୟାନୁଷ୍ଠାନ ଅଭିଯାନର ଏକ ଅଂଶ ଭାବରେ ଅପ୍ରେଲ 1 ରୁ 7 ପର୍ଯ୍ୟନ୍ତ 'ଜିରୋ ଫ୍ୟାଟିଲିଟି ସପ୍ତାହ' ପାଳନ କରାଯାଇଥିଲା । ଗତ ବର୍ଷର ସମାନ ସମୟ ତୁଳନାରେ ଜିରୋ ଫ୍ୟାଟିଲିଟି ସପ୍ତାହରେ ଦୁର୍ଘଟଣାରେ 33.15 % ହ୍ରାସ ଏବଂ ମୃତ୍ୟୁ ହାରରେ 15% ହ୍ରାସ ହୋଇଛି । ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଜନସାଧାରଣଙ୍କୁ ସଚେତନ କରିବା ହେଉଛି "ସଡ଼କ ସୁରକ୍ଷା କ୍ଷେତ୍ରରେ ସମସ୍ତେ ଯୋଗଦାନ ଦେଲେ ଦୁର୍ଘଟଣା ନିଶ୍ଚିତ ଭାବେ ହ୍ରାସ ପାଇବ ।"












Click it and Unblock the Notifications