ମୃତ ବ୍ୟକ୍ତିଙ୍କ ନାଁ ଭୋଟର ତାଲିକାରୁ ହଟାଇବା, ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ନପଡ଼ିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଜିଲ୍ଲାଓ୍ୱାରୀ ଭୋଟର ତାଲିକା ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବୈଠକ ହୋଇଛି । ଏହି ବୈଠକରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମୟରେ ଜଣେ ହେଲେ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ିବେ ସେଥିପ୍ରତି ସଜାଗ ରହିବାକୁ ଗୁରୁତ୍ୱାରୋପ କରାଯାଇଛି । ସେହିପରି ମୃତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବାକୁ ବୈଠକରେ ଉପସ୍ଥିତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

eci
ଏହା ବାଦ୍ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତର ହେଲେ ଭୋଟରମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଜରିଆରେ ଦାଖଲ କରିବାକୁ ପଡ଼ିବ କିମ୍ବା ଭୋଟରମାନେ ନିଜେ ଭୋଟର ହେଲପ୍ଲାଇନ୍ ଆପ୍ କିମ୍ବା ଏନ୍‌ଭିଏସ୍‌ପି ପୋର୍ଟାଲରେ ଅନ୍‌ଲାଇନ୍‌ ମାଧ୍ୟମରେ ଘରେ ରହି ତାଲିକାରେ ନାମ ଯୋଗ, ତାଲିକାରୁ ନାମ ବାଦ୍ଦେବା, ସ୍ଥାନାନ୍ତର ଏବଂ ତ୍ରୁଟି ସଂଶୋଧନ କରିପାରିବୋ ଏକ ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ

କରାଯାଇଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ମଙ୍ଗଳବାର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ବରିଷ୍ଠ ଡେପୁଟୀ ନିର୍ବାଚନ କମିସନର (ସିନିଅର ଡିଇସି) ଧର୍ମେନ୍ଦ୍ର ଶର୍ମା, ସିନିଅର ଡିଇସି ନୀତେଶ ବ୍ୟାସ୍ ଏବଂ ଡେପୁଟି ନିର୍ବାଚନ କମିସନର ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଫଟୋ ଭୋଟର ପରିଚୟ ରେଜେଷ୍ଟ୍ରି ଡାକ ଯୋଗେ ଯୋଗାଇ ଦେବା ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ବିଶେଷ ଦୃଷ୍ଟି ଦେବାକୁ ସମୀକ୍ଷା ବୈଠକରେ ଅଧିକାରୀମାନେ ପ୍ରକାଶ କରିଛନ୍ତି । ଆମ ରାଜ୍ୟରେ ବୁଥସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ନିକଟ ଅତୀତରେ ଘରକୁ ଘର ବୁଲି କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ 3 ଲକ୍ଷ 45 ହଜାର ଜଣ ମୃତ ଭୋଟରଙ୍କ ନାମ ଭୋଟର ତାଲିକାରେ ଅଛି ଏବଂ ସେଗୁଡ଼ିକୁ ତୁରନ୍ତ ଭୋଟର ତାଲିକାରୁ ବାଦ୍ ଦେବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛ ନ୍ତିା
ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲାପାଳ, ରାଜସ୍ୱ କମିସନର, ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀ ରାକେଶ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅର୍ଥ ପରାମର୍ଶଦାତା ତଥା ଯୁଗ୍ମ ସଚିବ ସଂଜୟ କୁମାର ଲୁଗୁନ୍, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ ଓ ପଦ୍ମଜା ଦାଶଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+