ବଦଳିବ ଐତିହାସିକ ରାଇବଣିଆ ଦୁର୍ଗ ରୂପରେଖ, 16 କୋଟି 87 ଲକ୍ଷ ଟଙ୍କା ମଞ୍ଜୁର

ବାଲେଶ୍ୱର: ଐତିହାସିକ ଗାଥା ଗାଇବ ପ୍ରାଚୀନ ରାଇବଣିଆ ଦୁର୍ଗ । ବଦଳିବ ଏହାର ରୂପରେଖ । ଓଡ଼ିଶା ପର୍ଯ୍ୟଟନ ସ୍ଥଳୀର ପାଇବ ନୂଆ ପରିଚୟ । ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟରେ ଯୋଡିହେବ ପାଞ୍ଚ ହଜାର ବର୍ଷର ଦୁର୍ଗ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ 16 କୋଟି 87 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଜରାଜୀର୍ଣ୍ଣ ଆବସ୍ଥାରେ ପଡିଥିବା ରାଇବଣିଆ ଦୁର୍ଗକୁ ନୂଆ ରୂପ ଦେବା ଲାଗି ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।

 Raibania

ଗଡ ଭିତରେ ଥିବା ଜଗନ୍ନାଥ‌ ମନ୍ଦିର ପୁନରୁଦ୍ଧାର ପାଇଁ 40 ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ମନ୍ଦିରର ରୁପାନ୍ତରଣ ସହ ଆଖ ପାଖ ପରିବେଶର ମଧ୍ୟ ବିକାଶ ହେବ ।

ରାଇବଣିଆ ଦୁର୍ଗ କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତର ସବୁଠୁ ବଡ଼ ଦୁର୍ଗ ମଧ୍ୟରୁ ଅନ୍ୟତମ। ଏହି ଦୁର୍ଗକୁ ନେଇ ଅନେକ ପୌରାଣିକ ଓ ଐତିହାସିକ ଲୋକ କଥା ରହିଛି। ଏହା ଏକ ବିଶାଳ ଓ ସଂସ୍କ୍ରୁତି ସମ୍ପନ୍ନ ପ୍ରଚୀନ ଦୁର୍ଗ । ପାଞ୍ଚ ହଜାର ବର୍ଷର ଏହି ପ୍ରାଚୀନ ଦୂର୍ଗକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଥିଲା । ଶେଷରେ ଦାବି ପୂରଣ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+