ଗଣତନ୍ତ୍ର ଦିବସ 2024: କିଏ କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ...

ଭୁବନେଶ୍ୱର: ଆସନ୍ତା 26 ତାରିଖରେ ସାରା ଦେଶରେ ବେଶ୍ ଧୁମଧାମରେ ପାଳନ ହେବ ଗଣତନ୍ତ୍ର ଦିବସ । ଏହା ସହ ସମସ୍ତ ରାଜ୍ୟରେ ଏ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଭୁବନେଶ୍ୱରରେ ପାଳନ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ । ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଓ ଅନ୍ୟ ଅଧିକାରୀ ।

Republic Day

କନ୍ଧମାଳରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁନ୍ଦରଗଡ଼ରେ ପ୍ରଦୀପ ଅମାତ, ପୁରୀରେ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁରରେ ଅତନୁ ସବ୍ୟସାଚୀ ପତାକା ଉତ୍ତୋଳନ କରିବେ ।

ସେହିପରି ସୁବର୍ଣ୍ଣପୁରରେ ଉଷା ଦେବୀ, କେନ୍ଦୁଝରରେ ସାରଦା ନାୟକ, ମୟୂରଭଞ୍ଜରେ ଅଶୋକ ପଣ୍ଡା, ବଲାଙ୍ଗୀରରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକରେ ସୁଦାମ ମାର୍ଣ୍ଡି, ଗଞ୍ଜାମରେ ଜଗନ୍ନାଥ ସାରକା, ସମ୍ବଲପୁରରେ ନିରଞ୍ଜନ ପୂଜାରୀ କଳାହାଣ୍ଡିରେ ଟୁକୁନି ସାହୁ, ଅନୁଗୁଳରେ ଅଶ୍ୱିନୀ ପାତ୍ର, ବାଲେଶ୍ୱରରେ ବାସନ୍ତୀ ହେମ୍ବ୍ରମ, ଝାରସୁଗୁଡ଼ାରେ ପ୍ରୀତିରଞ୍ଜନ ଘଡ଼ାଇ, ନୂଆପଡ଼ାରେ ରୀତା ସାହୁ ଓ କୋରାପୁଟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ କରିବେ ।

ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି ଓ 13 ଜିଲ୍ଲା- ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଯାଜପୁର, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାରେ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+