Get Updates
Get notified of breaking news, exclusive insights, and must-see stories!

ଗଣତନ୍ତ୍ର ଦିବସରେ ଓଡିଶାରୁ 2 ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର, 15 ଜଣଙ୍କୁ ସାହସିକତା ପୁରସ୍କାର

ଗଣତନ୍ତ୍ର ଦିବସ: ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପାଇଁ ପୁରସ୍କାର ଘୋଷଣା କରାଯାଇଛି । 75 ତମ ଗଣତନ୍ତ୍ର ଦିବସରେ ଏହି ସମ୍ମାନ ପ୍ରଦାନ କରାଯିବ। ନେଇ ତାଲିକା ଘୋଷଣା କରିଛି ଗୃହ ମନ୍ତ୍ରାଳୟ । 1132 ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି ।

president award

ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗରେ ଉଲ୍ଲେଖନୀୟ ସେବା, ସାହସିକତା ଆଦି ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ । ଏଥି ମଧ୍ୟରେ ଓଡ଼ିଶାର 2 ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମିଳିବ ରାଷ୍ଟ୍ରପତି ପଦକ । ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।

ସେହିପରି ଉଲ୍ଲେଖନୀୟ ସେବା ପଦକ ନେଇ ମଧ୍ୟ ଓଡ଼ିଶାର 11 ପୁଲିସ ଅଧିକାରୀଙ୍କ ନାଁ ଘୋଷଣା ହୋଇଛି । ତାଲିକାରେ ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ନାଁ ସହ ସ୍ଥାନ ପାଇଛନ୍ତି 3 ଜଣ ଡିଏସପି ରାଙ୍କ ଅଧିକାରୀ ।

ସେହିପରି ସାହସିକତା ପୁରସ୍କାର ପାଇଁ ଦେଶରୁ ମୋଟ 277 ଜଣଙ୍କୁ ମଧ୍ୟରୁ ଓଡ଼ିଶାରୁ 15 ଜଣଙ୍କ ନାଁ ରହିଛି । ଏଥିମଧ୍ୟରେ ଏସଆଇ ଅରୁଣ କୁମାର ଭୋଇ, ହାବିଲଦାର ମୋତିରାମ ସାହୁ, କମାଣ୍ଡୋ ପ୍ରକାଶ ମାଝି, ନିରଞ୍ଜନ ସାହୁ, ଯଦୁମଣୀ ଭୋଇ, ଉମେଶ ସେଠ, ବୁବୁନ କୁମ୍ଭାର, ସଂଜୟ କୁମାର ଗୁରୁ, ବିଶ୍ବଜିତ ଦାସ ପ୍ରମୁଖଙ୍କ ନାଁ ରହିଛି । ଏନେଇ ବିସ୍ତୃତ ଭାବେ ତାଲିକା ପ୍ରକାଶ କରିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+