ଅପ୍ରେଲ 30 ସୁଦ୍ଧା ସରିବ ନାଟ ମଣ୍ଡପ ମରାମତି, ହାଇକୋର୍ଟଙ୍କୁ ଜଣାଇଛନ୍ତି ଆମିକସ୍ କ୍ୟୁରି
କଟକ/ପୁରୀ: ଶ୍ରୀମନ୍ଦିର ଜଗମୋହନ, ନାଟମଣ୍ଡପ ମରାମତି ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି । ଅପ୍ରେଲ 30 ସୁଦ୍ଧା ସରିବ ନାଟ ମଣ୍ଡପ ମରାମତି କାମ । ଏ ନେଇ ଆମିକସ୍ କ୍ୟୁରି ହାଇକୋର୍ଟଙ୍କୁ ଜଣାଇଛନ୍ତି । 10 ତାରିଖରେ ବିମ୍ ଡିଜାଇନ୍ ଚୂଡ଼ାନ୍ତ ହୋଇଥିବା ଆମିକସ୍ କ୍ୟୁରି ହାଇକୋର୍ଟଙ୍କୁ ଜଣାଇଛନ୍ତି । ମରାମତି କାମ ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ASIକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର 18 ତାରିଖରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ ଆମିକସ୍ କ୍ୟୁରି । ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଆମିକସ୍ କ୍ୟୁରି ।ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତି ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି । ନାଟମଣ୍ଡପ ବିମ୍ରେ ଲାଗିବାକୁ ଥିବା ଆସେସ ବକ୍ସର ଡିଜାଇନ୍ ପ୍ରସ୍ତୁତ ସହ ଏଥିରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଅମିକସ୍ କ୍ୟୁରି କହିଥିଲେ । ଏଥିପାଇଁ 19 ଡିସେମ୍ବରରୁ 21 ଡିସେମ୍ବର ମଧ୍ୟରେ ବୈଠକ ହେବ ବୋଲି ସେ କୋର୍ଟଙ୍କୁ ଅବଗତ କରାଇଥିଲେ । ଆଜି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।












Click it and Unblock the Notifications