Get Updates
Get notified of breaking news, exclusive insights, and must-see stories!

କଏନ ନେବାକୁ ମନା କରିପାରିବେ ନାହିଁ ବ୍ୟାଙ୍କ, ରାଜ୍ୟର 314 ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ସମସ୍ତ 314 ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ତିନି ମାସ ମଧ୍ୟରେ ସବୁ ବ୍ଲକ ବଜାର ସ୍ଥାନରେ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ହେବ । ଏଥିରେ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବି ବଦଳାଇ ପାରିବେ । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ।

Coin

ସେ ଆହୁରି କହିଛନ୍ତି, ଏବେ ବଜାରରେ ପ୍ରଚଳନ ଥିବା 50 ପଇସା ଠାରୁ 20 ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି । ଏନେଇ ଅଧିକ ସଚେତନତା ଦରକାର । କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ । ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ । ଯଦି ବ୍ୟାଙ୍କ କାଏନ ନେବାକୁ ମନା କରୁଛି, ଲୋକେ ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ । ସଂପୃକ୍ତ ବ୍ୟାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+