ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ, 4 ସପ୍ତାହରେ ଅଧ୍ୟକ୍ଷ ନିଯୁକ୍ତ କରିବେ ସରକାର
ପୁରୀ/କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ମାମଲାରେ ଜବାବ ରଖିଛନ୍ତି ସରକାର । ରତ୍ନଭଣ୍ଡାର ଖୋଲିବା ସହ ଏହା ଭିତରେ ଥିବା ଅଳଙ୍କାର ଓ ଅନ୍ୟ ଜିନିଷ ଗଣନା ପାଇଁ ଉଚ୍ଚ ସ୍ତରୀୟ କମିଟି ଗଠନ ହେବ । ଆସନ୍ତା 4 ସପ୍ତାହ ଭିତରେ ହାଇକୋର୍ଟ ବା ସୁପ୍ରିମକୋର୍ଟର ଅବସର ପ୍ରାପ୍ତ ବିଚାରପତିଙ୍କୁ ଏହାର ଅଧକ୍ଷ କରାଯିବ । ଏ ନେଇ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାର । 4 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

2023 ସେପ୍ଟେମ୍ୱର 29 ର ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସମୀର ମହାନ୍ତି ଏକ ଅନ୍ତରୀଣ ଆବେଦନ କରିଥିଲେ । 4 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଅନ୍ୟପଟେ ଅପ୍ରେଲ 30 ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ସରିବ । ଏନେଇ ହାଇକୋର୍ଟଙ୍କୁ ଜଣାଇଥିଲେ ଆମିକସ୍ କ୍ୟୁରି ଏନ୍. କେ. ମହାନ୍ତି । ମୌଖିକ ଭାବେ ସେ ଏହି କଥା ଜଣାଇଥିଲେ । ମରାମତି ପାଇଁ ଗତ ଜାନୁଆରୀ 10 ତାରିଖରେ ବିମ୍ ଡିଜାଇନ୍ ଚୂଡ଼ାନ୍ତ ହୋଇଥିଲା ।












Click it and Unblock the Notifications