ସରିଲା ରଥ ଟଣା, ଶରଧା ବାଲିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

ପୁରୀ: ସରିଲା ରଥ ଟଣା । ଶରଧ ବାଲିରେ ଲାଗିଲା ତିନି ରଥ । ତିନି ରଥକୁ ଶରଧା ବାଲିକୁ ଟାଣି ନେଇଛନ୍ତି ଲକ୍ଷ ଲକ୍ଷ ଭକ୍ତ ।

ତିନି ରଥ ଶରଧାବାଲିରେ ଲାଗିବା ପରେ ଲକ୍ଷ ଲକ୍ଷ ଭକ୍ତ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ କରୁଛନ୍ତି । ପ୍ରବଳ ଖରା ଓ ଗୁଳୁଗୁଳି କମି ନାହିଁ ଭକ୍ତଙ୍କ ଭିଡ । ଆଜି ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ।

Ratha yatra

ଗତକାଲି ଅପରାହ୍ନରେ ଆରମ୍ଭ ହୋଇଥିଲା ରଥ ଟଣା । ସନ୍ଧ୍ୟା ସୁଦ୍ଧା ବଡ଼ ଭାଇ ବଲଭଦ୍ରଙ୍କ ରଥ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିଥିଲା । କିନ୍ତୁ ଅଧା ବାଟରେ ରହି ଯାଇଥିଲେ ଭଉଣୀ ସୁଭଦ୍ରା ଓ ସାନଭାଇ ଜଗନ୍ନାଥ ।

ଆଜି ସକାଳେ ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ହୋଇଛି । ଶ୍ରଦ୍ଧାଳୁମାନେ ମନପ୍ରାଣ ଦେଇ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି । ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ଦର୍ପଦଳନ ରଥ । ସେହିପରି ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+