ଭକ୍ତ ଭଗବାନଙ୍କ ଅତୁଟ ସମ୍ପର୍କ, ଡୋରି ଲାଗିଲେ ରୋଗ ଶଯ୍ୟାରୁ ଉଠି ଆସୁଛି ଭକ୍ତ

ପୁରୀ : ମହାପ୍ରଭୁଙ୍କ ଅପାର ଲୀଳା । ଭକ୍ତ ଡୋରିରେ ବନ୍ଧା ସେ ଭାବର ଠାକୁର କାଳିଆ । ଭକ୍ତକୁ ଦର୍ଶନ ଦେବାକୁ ତା ଡାକରା ଆସିଲେ କାହିଁ କେତେ ଦୂରୁ ଛୁଟି ଆସେ ଭକ୍ତ । ଏମିତି ଭକ୍ତ ଭଗବାନଙ୍କ ଅତୁଟ ସମ୍ପର୍କର ଏକ ଅନନ୍ୟ ଚିତ୍ର ଦେଖିବାକୁ ମିଳିଛି ପୁରୀରେ ।

ଭକ୍ତ ସହ ମିଶିବାକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଳରେ ବାହରକୁ ଆସିଛନ୍ତି ମହାପ୍ରଭୁ । ଜନ୍ମବେଦୀରେ ନିଜ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ଏହି ଦର୍ଶନ ପାଇଁ ଅଭିଳାଷୀ ଭକ୍ତଙ୍କୁ ଟାଣି ଆଣୁଛି ମହାପ୍ରଭୁଙ୍କ କୃପା । ନାକରେ ଲାଗିଛି ଅକ୍ସିଜେନ୍ ପାଇପ୍ । ଅକ୍ସିଜେନ୍ ସିଲିଣ୍ଡରକୁ କାନ୍ଧରେ ବୋହିଛି ପୁଅ ।

ratha yatra

ରୋଗଶଯ୍ୟାରୁ ଉଠି ନିଜ ଭଗବାନଙ୍କୁ ଦେଖିବାକୁ ଆସିଛନ୍ତି ଜଣେ ଭକ୍ତ । କଥାଟି ଟିକେ ଆଶ୍ଚର୍ଯ୍ୟଚକିତ ଲାଗୁଥିଲେ ମଧ୍ୟ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀରେ ।

ଏହି ଫଟୋ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଭକ୍ତ ଭଗବାନଙ୍କ ଅତୁଟ ବନ୍ଧନ ଏବଂ ମାଅ ପୁଅର ସ୍ନେହକୁ ଅତି ସହଜରେ ଆକଳନ କରିହେବ । ଅକ୍ସିଜେନ ସପୋର୍ଟରେ ମାଆକୁ କାଳିଆ ଦର୍ଶନ କରାଇବା ଲାଗି ଆଣିଛି ପୁଅ । ଏହି ଫଟୋଟି ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଛୁଇଁଛି ।

ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଯାହା ମହାପ୍ରଭୁ ପ୍ରତି ଭକ୍ତର ଆବେଗ ଓ ମାଆ ପ୍ରତି ପୁଅର ଭଲ ପାଇବାକୁ ଦର୍ଶାଉଛି । ଭାବ ଓ ଭକ୍ତିର ଏହି ଅପୂର୍ବ ମିଳନ ଭକ୍ତଙ୍କ ହୃଦୟ କିଣି ନେଇଛି ।

ଓଡ଼ିଶା ପୋଲିସରେ ସିଆଇଡି- କ୍ରାଇମ ବ୍ରାଞ୍ଚରେ ଇନ୍ସପେକ୍ଟର ପୁଲିସ ଭାବେ କାର୍ଯ୍ୟରତ ଯଶୱନ୍ତ ଏହି ଫଟୋ ଉତ୍ତୋଳନ ସହ ସୋଶାଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ବୃଦ୍ଧାଜଣକ ଖୁବ୍‌ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରିବା ସହ ଭଗବାନଙ୍କ ପ୍ରତି ଭକ୍ତର ଆବେଗକୁ ନେଇ ବର୍ଣ୍ଣନା କରୁଛନ୍ତି ଜଗନ୍ନାଥ ପ୍ରେମୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+