Get Updates
Get notified of breaking news, exclusive insights, and must-see stories!

ଦେଖିବାକୁ ପୁରୀ ଯାଉଛନ୍ତି କି ? ଜାଣି ରଖନ୍ତୁ, କେଉଁଠି ପାର୍କିଂ କରିବେ ଗାଡ଼ି...

ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ି ସାରିଛନ୍ତି ମହାବାହୁ । ଆଜି ତିନି ରଥ ଉପରେ ହେବ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଏହି ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଏହାକୁ ନେଇ ପ୍ରସ୍ତୁତି କରୁଛି ପ୍ରଶାସନ ।

ଗତବର୍ଷ ତୁଳନାରେ ପ୍ରାୟ ପଚିଶ ପ୍ରତିଶତ ଅଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରିଛି ପ୍ରଶାସନ । ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

Suna besha

କେଉଁ ବାଟ ଦେଇ ଭକ୍ତ ବଡ଼ଦାଣ୍ଡକୁ ଯାଇ ମହାବାହୁଙ୍କ ଦର୍ଶନ କରିବେ ଏବଂ କେଉଁଠି ସେମାନଙ୍କର ବାଇକ୍, କାର, ବସ ପାର୍କ କରିବେ ସେନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି ଅମିତାଭ ଠାକୁର । ଭିଡ଼ ନିୟନ୍ତ୍ରଣ ପାଇଁ ମେଡିକାଲ ଛକରୁ ବଡ଼ଦାଣ୍ଡ ଯାଏଁ ସମସ୍ତ ରାସ୍ତାକୁ କୌଣସି ଗାଡି ଛଡ଼ା ଯିବନାହିଁ ।

ଡ୍ରୋନ୍ ମାଧ୍ୟମରେ ହେବ ଟ୍ରାଫିକ ପରିଚାଳନା । ବାଟଗାଁ ଓ ତାଳବଣିଆରେ ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ । ଟ୍ରାଫିକ ଶୃଙ୍ଖଳିତ କରିବା ପାଇଁ 51 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଟୁରିଷ୍ଟ ବସ କେବଳ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ । ଭୁବନେଶ୍ୱର ଆଡୁ ଆସୁଥିବା ଯାତ୍ରୀବାହୀ ବସ ଗୁଡିକ ମାଳତୀପାଟପୁର ଆରଓବି ଦେଇ ସଂସ୍କୃତ ମହାବିଦ୍ୟାଳୟ ଓ ତାଳଵଣିଆରେ ପାର୍କିଂ କରିବେ । କୋଣାର୍କ ଆଡୁ ଆସୁଥିବା ବସ ଗୁଡିକ ତାଳବଣିଆରେ ପାର୍କିଂ କରିବେ । ସେହିପରି ବ୍ରହ୍ମଗିରି ଆଡୁ ଆସୁଥିବା କାର୍ ଓ ବାଇକ୍ ମେରାଇନ ଡ୍ରାଇଭ ଦେଇ ଯାତ୍ରୀକାରେ ପାର୍କିଂ କରିବେ ।

ଭୁବନେଶ୍ୱର ଆଡୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମାଳତୀପାଟପୁର ଆରଓବି ଦେଇ ତାଳବଣିଆରେ ପାର୍କିଂ କରିବେ। ସେହିଭଳି ଭୁବନେଶ୍ବର ଆଡୁ ଆସୁଥିବା ବାଇକ୍ ମାଳତୀପାଟପୁର ଆରଓବି ଦେଇ ବ୍ଲୁଫ୍ଲାଗ ବିଚ୍ ଓ ନିଳାଦ୍ରୀ ବିଚରେ ପାର୍କିଂ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+