ନୀଳ କନ୍ଦରରେ ମହାପ୍ରଭୁ, ଆଜି ଠୁ ମିଳିବ ନୀଳାଚଳ ଅବଢା
ପୁରୀ: ନବଦିନାତ୍ମକ ଯାତ୍ରକା ସାରି ପୁଣି ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଗୁଣ୍ଡିଚାରୁ ଫେରିବା ପରେ ତିନି ରଥ ଉପରେ ଠାକୁରଙ୍କ ସୁନାବେଶ, ଅଧରପଣା ହେବା ପରେ ଗତକାଲି ହୋଇଛି ନିଳାଦ୍ରୀ ବିଜେ । ଏହା ପରେ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ ।

ଶ୍ରୀମନ୍ଦିରର ରତ୍ନବେଦୀରେ ପୁଣି ବିରାଜମାନ ହୋଇଛନ୍ତି ମହାପ୍ରଭୁ । ନାଳାଚଳରେ ପୁଣି ଲୀଳାଖେଳା କରିବେ ମହାବାହୁ । ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠ ସୁଆଁସିଆମାନେ ପଶି ଚାରମାଳ ଖୋଲିଛନ୍ତି । ଆଜି ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପାଦନ ଚାଲିଛି । ଗୋପାଳବଲ୍ଲଭ ଭୋଗ ପରେ ବାହାରିବ ନୀଳାଚଳ ଅବଢା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ ।












Click it and Unblock the Notifications