ରଥଯାତ୍ରା ପ୍ରସ୍ତୁତି ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ରଥକାଠ

ପୁରୀ: ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀରେ ପହଞ୍ଚିଛି । ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ବାହାରିଥିଲା ରଥକାଠ । 3 ଟ୍ରକ୍‌ ଯୋଗେ ଶ୍ରୀମନ୍ଦିରକୁ ଆସିଛି 102 ଖଣ୍ଡ ରଥକାଠ । 50 ଖଣ୍ଡ ଅସନ ଓ ଧଉରା କାଠ 52 ଖଣ୍ଡ ରହିଛି ।

Ratha katha

ଗଣିଆ ବଡ଼ମୂଳସ୍ଥିତ ମା'ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଗତ ଜାନୁଆରି 2 ତାରିଖ ଦିନ ରଥକାଠ ଅନୁକୂଳ ପୂଜା ଯଥାବିଧି ଶେଷ ହୋଇଥିଲା । ମା'ଙ୍କ ଅନୁମତି ମିଳିବା ପରେ ବନବିଭାଗ ପକ୍ଷରୁ ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଛା ସେକ୍ସନ ଅଞ୍ଚଳରୁ କାଠ ସଂଗ୍ରହ ଜାରି ରହିଛି । 3ଟି ଗାଡ଼ି ଯୋଗେ 20 ଫୁଟିଆ ଓ 12 ଫୁଟିଆ ଅସନ ଓ ଧଉରା କାଠ 102 ଖଣ୍ଡ ପଠାଯାଇଛି ।

ଏହା ପରେ ଆଗାମୀ 14 ତାରିଖରେ ପବିତ୍ର ଶ୍ରୀପଞ୍ଚମୀ ଦିନ ରଥ କାଠ ପୂଜନ କରାଯିବ । ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର 53 ଖଣ୍ଡ କାଠ ବଳକା ରହିଛି । ଆବଶ୍ୟକୀୟ ମୋଟ 812 ଖଣ୍ଡ କାଠକୁ ଗତ ବର୍ଷ ଡିସେମ୍ବର 31ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟିମ ଯାଇ ଚିହ୍ନଟ କରିଥିଲେ । ଅବଶିଷ୍ଠ କାଠ ପର୍ଯ୍ୟାୟ କ୍ରମେ ପହଞ୍ଚାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+