ରଥଯାତ୍ରାକୁ ଆଉ 3 ଦିନ ବାକି, ସୁଭଦ୍ରାଙ୍କ ରଥ ଅଖରେ ଫାଟ !
ପୁରୀ: ପାଖେଇ ଆସିଲାଣି ରଥଯାତ୍ରା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର 3 ଦିନ ଅଛି ବାକି । ଏ ନେଇ ପ୍ରସ୍ତୁତି ପ୍ରାୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଖରେ ଫାଟ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଏହା ଜଣା ପଡ଼ିବା ପରେ ଏହାକୁ ବଟମ୍ ପ୍ୟାକିଂ ଏବଂ କ୍ଲାମ୍ପ ଫିଟିଂ କରି ଲୁଚାଇବାକୁ ଚେଷ୍ଟା କରାଯାଉଛି । ଅଖ ଦୁର୍ବଳ ଥିବା ମଧ୍ୟ ଜଣା ପଡ଼ିଛି ।

ତେବେ ଏହା ସାଧାରଣ କଥା । ଏଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମହାରଣା ସେବକ । ବର୍ତ୍ତମାନ ରଥ ଯାଞ୍ଚ କମିଟି ତଦାରଖ କରିବା ପରେ ସବିଶେଷ ତଥ୍ୟ ଜଣା ପଡ଼ିବ ବୋଲି କୁହାଯାଉଛି ।
ଏଣେ ଜିଲ୍ଲା ପ୍ରଶାସନ ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି ।












Click it and Unblock the Notifications