ଆଡ଼ପ ମଣ୍ଡପରେ ଆଜି ସନ୍ଧ୍ୟା ଦର୍ଶନ ଦେବେ ମହାପ୍ରଭୁ, ସନ୍ଧ୍ୟା 5 ଟା ପରେ ଦର୍ଶନ ବନ୍ଦ

ପୁରୀ : ଆଡ଼ପ ମଣ୍ଡପରେ ଅଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଜନ୍ମ ବେଦୀକୁ ଯାତ୍ରା କରି ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଭାବ ବିଭୋର ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଥି ମଧ୍ୟରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ ।

Ratha yatra

କୁହାଯାଏ ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଗୋଟିଏ ଥର ଦର୍ଶନରେ ସେତିକି ଫଳ ମିଳିଥାଏ । ଏପରିକି ଦିନ ଅପେକ୍ଷା ରାତି ତଥା ସନ୍ଧ୍ୟା ଦର୍ଶନ ଅଧିକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ନବଦିନାତ୍ମକ ଯାତ୍ରାର ନବମୀ ଦିନର ଦର୍ଶନକୁ 'ସନ୍ଧ୍ୟା ଦର୍ଶନ' କୁହାଯାଏ । ଭକ୍ତଙ୍କୁ ଭଗବାନ ଆଡ଼ପମଣ୍ଡପରେ ଶେଷ ଦର୍ଶନର ସୁଯୋଗ ଦେଇଥାନ୍ତି ।

ଗୁଣ୍ଡିଚା ମନ୍ଦିରରେ ବାହୁଡ଼ା ପୂର୍ବଦିନର ସନ୍ଧ୍ୟା ଦର୍ଶନ ବହୁ ପ୍ରାଚୀନ ସମୟରୁ ପ୍ରଚଳିତ ରହିଆସିଛି । ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହୁଏ ।

ବାହୁଡାଯାତ୍ରା ପାଇଁ ଆଡପ ମଣ୍ଡପରେ ଆଜି ହେବ ନବମୀ ସଂଧ୍ୟା ଦର୍ଶନ । ସକାଳ 7 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସମୟ ସ୍ଥିର ହୋଇଛି । ଏହା ପରେ ସନ୍ଧ୍ୟା 5 ଟାରୁ ଦର୍ଶନ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଅପରପକ୍ଷରେ ଦକ୍ଷିଣ ମୋଡ଼ ନେଇ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ । ତିନି ରଥକୁ ଭଲ ଭାବେ ଯାଞ୍ଚ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+