ଶରଧାବାଲିରେ ତାଳଧ୍ୱଜ, ଅଧା ବାଟରେ ଦୁଇ ରଥ
ପୁରୀ: ଗୁଣ୍ଡିଚା ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭାଇ ଭଉଣୀଙ୍କୁ ନେଇ ମାଉସୀ ମା ଘରକୁ ଯାଉଛନ୍ତି ମହାପ୍ରଭୁ । ତିନି ରଥରେ ବସି ଲକ୍ଷ ଲକ୍ଷ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଇ ବଡ଼ଦାଣ୍ଡରେ ଅଛନ୍ତି ମହାବାହୁ ।

ଆଜି ରଥଯାତ୍ରା ଅବସରରେ ପ୍ରଥମେ ବାହାରିଥିବା ବଡ଼ ଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଶରଧାବାଲିରେ ପହଞ୍ଚିଛି । ରାତି ପ୍ରାୟ 8.05 ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ତାଳଧ୍ୱଜ । ମଝିରେ ବାହାରିଥିବା ଭଉଣୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ଓ ବଡ଼ ଶଙ୍ଖ ମଝିରେ ଅଟକିଛି । ସେହିପରି ବଳଗଣ୍ଡି ଛକରେ ରହିଛି ମହାପ୍ରଭୁଙ୍କ ନନ୍ଦିଘୋଷ ।
ଆଜି ରାତି ହୋଇଯିବାରୁ ରଥଟଣା ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ପୁଣି ରଥଟଣା ଯିବ । କାଲି ପୁଣି ଲକ୍ଷ ଲକ୍ଷ ଭକ୍ତ ଦୁଇ ରଥକୁ ନେଇ ଶରଧାବାଲିରେ ଲଗାଇବେ ।












Click it and Unblock the Notifications