ନବମୀ ସନ୍ଧ୍ୟାରେ 5 ଟାରୁ 7 ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଡ଼ପ ମଣ୍ଡପରେ ଅଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଜନ୍ମ ବେଦୀକୁ ଯାତ୍ରା କରି ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଭାବ ବିଭୋର ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଥି ମଧ୍ୟରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ ।

ବାହୁଡାଯାତ୍ରା ପାଇଁ ଆଡପ ମଣ୍ଡପରେ ଆସନ୍ତା 27 ତାରିଖରେ ନବମୀ ସଂଧ୍ୟା ଦର୍ଶନ 5 ରୁ ବନ୍ଦ ରହିବ । 27 ତାରିଖ (ମଙ୍ଗଳବାର) ସକାଳ 7 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏପଟେ ଆସନ୍ତାକାଲିତିନି ରଥର ହେବ ଦକ୍ଷିଣ ମୋଡ଼ ।
ଏହା ପୂର୍ବରୁ ଆଜି ରଥ ଯାଞ୍ଚ କରାଯାଇଛି । ନନ୍ଦିଘୋଷ ରଥ ଯାଞ୍ଚ କରିଛନ୍ତି ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ଓ ମୁଖ୍ୟ କମାର ସେବକ ଦାଶରଥି ମହାରଣା । ଯାଞ୍ଚ ପରେ ନନ୍ଦିଘୋଷ ରଥ ପଛ ଚକ ସହ ସଂଯୁକ୍ତ ଅଖରେ ୟୁ କ୍ଲାମ୍ପ୍ ଲାଗିବ ବୋଲି ମୁଖ୍ୟ ବିଶ୍ୱକର୍ମା କହିଛନ୍ତି । ରଥ ଦକ୍ଷିଣ ମୋଡ଼ ପରେ ପୁଣି ଥରେ ଯାଞ୍ଚ କରାଯିବ । ଏପଟେ ଆଜି ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେବ ହେରାପଞ୍ଚମୀ ନୀତି ।
ବିଧି ପରମ୍ପରା ଅନୁଯାୟୀ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବା ପରମ୍ପରା ରହିଛି ।
ଉଲ୍ଲେଖ ଥାଉକି, ଶ୍ରୀକ୍ଷେତ୍ରରେ ଆସନ୍ତା 28 ତାରିଖରେ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବେ ଶ୍ରୀଜିଉ ।












Click it and Unblock the Notifications