ରଥଯାତ୍ରା 2023 : ସମନ୍ୱୟ ଅଭାବରୁ ନୀତିରେ ବିଳମ୍ବ, ଭୋକରେ ବସିଛନ୍ତି ମହାପ୍ରଭୁ
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପରେ ରହିଛି ଦେଶ ବିଦେଶର ନଜର । ବର୍ଷକୁ ଥରେ ମହାପ୍ରଭୁ ମାଉସୀ ମା ଘରକୁ ଯିବା ଲାଗି ବଡ଼ ଦେଉଳରୁ ବାହାରିଥିବା ବେଳେ ତାଙ୍କ ଦର୍ଶନ ଲାଭ କରିବାକୁ ଚାହିଁ ରହିଛନ୍ତି ଅଗଣିତ ଭକ୍ତ । କିନ୍ତୁ ରଥ ଉପରେ ବି ମହାପ୍ରଭୁଙ୍କ ସେବାରେ ଦେଖାଦେଇଛି ବିଭ୍ରାଟ । ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଉପାସରେ ରଥ ଉପରେ ବସି ରହିଛନ୍ତି ମହାପ୍ରଭୁ ।

ରଥ ଉପରେ ମହାପ୍ରଭୁଙ୍କ ନୀତିରେ ହୋଇଛି ବିଳମ୍ବ । ମଙ୍ଗଳ ଆଳତି, ଅବକାଶ ପରେ ଆଉ ଆଗକୁ ବଢିପାରିନାହିଁ ନୀତି କାନ୍ତି । ତେଣୁ ଖବର ଲେଖାଯିବା ପର୍ଯ୍ୟନ୍ତ ମହାପଭୁ ଉପାସରେ ଅଛନ୍ତି । ଏପରିକି ଗୋପାଳବଲ୍ଲଭ ନୀତି ମଧ୍ୟ ଅନୁଷ୍ଠିତ ହୋଇନାହିଁ । ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ ହେଉଛି ।
ଗତକାଲି ମଧ୍ୟ ରଥଯାତ୍ରା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚିଥିଲେ ସୁଦ୍ଧା ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଅଧାବାଟରେ ଅଟକି ରହିଥିଲା । ଆଜି ସକାଳୁ ପୁଣି ରଥ ଟଣା ହୋଇଥିଲା ।
ତିନି ରଥ ଶରଧା ବାଲିରେ ପହଞ୍ଚିଥିଲେ ସୁଦ୍ଧା ରଥ ଉପରେ ପ୍ରଭୁଙ୍କ ନୀତି କାନ୍ତିରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି ।
ଅନ୍ୟପକ୍ଷେ ଗତକାଲି ଠିକ ସମୟରେ ନୀତିକାନ୍ତି ଶେଷ ହୋଇଥିଲେ ହେଁ ରଥ କାହିଁକି ଗୁଣ୍ଡିଚା ଘରେ ପହଞ୍ଚି ପାରିଲା ନାହିଁ ତାକୁ ନେଇ ପ୍ରଶ୍ନ
ଆସନ୍ତାକାଲି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀଠାରୁ ସଂଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ ନୀତି କାନ୍ତି ରଥ ଉପରେ ଅନୁଷ୍ଠିତ ହେବ । ଦିନ 3 ଟା ସୁଦ୍ଧା ସବୁ ନୀତି ସରିବା ପରେ ରଥରୁ ଘୋଡ଼ା ଖୋଲାଯାଇ ଚାରମାଳ ଲଗାଯିବା । ଏହା ପରେ ମହାପ୍ରଭୁ ଙ୍କ ପୁଷ୍ପାଞ୍ଜଳି ନୀତି ପରେ ତିନି ଦିଅଁଙ୍କ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ । ଶୁକ୍ରବାର ଠାରୁ ଭକ୍ତ ମାନେ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ପାଇବେ ।












Click it and Unblock the Notifications