ରଥଯାତ୍ରା : ସୁଭଦ୍ରାଙ୍କ ରଥ ଅଖ ପ୍ରସଙ୍ଗ, ଏପରି ନିଷ୍ପତ୍ତି ନେଲା ପ୍ରଶାସନ
ପୁରୀ : ରଥଯାତ୍ରା 2 ଦିନ ପୂର୍ବରୁ ସୁଭଦ୍ରାଙ୍କ ରଥ ଅଖରେ ଫାଟ ଦେଖାଦେବା ଖବର ସାମ୍ନାକୁ ଆସିବା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ହୋଇ ଏ ନେଇ ଆଲୋଚନା କରାଯାଇଛି । ତେବେ ବୈଠକରେ ରଥର ଅଖ ବଦଳା ଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ପରିବର୍ତ୍ତେ ଏହାକୁ କ୍ଲାମ୍ପ ଦେଇ ମରାମତି କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ବୈଠକ ପରେ ରଥ ନିର୍ମାଣ ବୈଷୟିକ କମିଟି ମୁଖ୍ୟ ଏନ୍.ସି ପାଲ କହିଥିଲେ, ଆମେ ଅଖର ଉକ୍ତ ସ୍ଥାନକୁ ଦେଖିଲୁ । ଏହା ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଏଥିରେ କିଛି ସମସ୍ୟା ନାହିଁ । ଗୋଟିଏ ୟୁ କ୍ଲାମ୍ପ ଦିଆଯାଇଛି । ଆଉ ଗୋଟିଏ ୟୁ କ୍ଲାମ୍ପ ଦିଆଗଲେ ଆଉ କିଛି ଅସୁବିଧା ହେବ ନାହିଁ । ସେଇଟା ସେତେ ଲୋଡିଂ ପଏଣ୍ଟ ମଧ୍ୟ ନୁହେଁ । ସେ ଆହୁରି କହିଛନ୍ତି, ଆମେ ତାକୁ ଫାଟ ମଧ୍ୟ କହିପାରିବା ନାହିଁ । ସେ ସ୍ଥାନରେ କାଠରୁ ଏକ ଛାଲ ବା ପରସ୍ତ ଛାଡ଼ି ଗଲା ଭଳି ହୋଇଛି ।












Click it and Unblock the Notifications