ଆଡ଼ପ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ
ପୁରୀ: ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବାକୁ ରଥାରୁଢ ହୋଇ ଶରଧା ବାଲିରେ ପହଞ୍ଚିଥିଲେ ଭାଇ ଭଉଣୀ ।

ରଥ ଉପରେ ନୀତିକାନ୍ତି ପରେ ଆଜି ଶରଧାବାଲିରେ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି ବଡ଼ ଠାକୁର । ପ୍ରଥମେ ସୁଦର୍ଶନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବା ପରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ହୋଇଛି । ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ଶରଧାବାଲି ପ୍ରକମ୍ପିତ ହେଉଥିବା ବେଳେ ବଡ଼ ଠାକୁର ବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ନିଆଯାଉଛି ।
ଏହାପରେ ଭଉଣୀ ସୁଭଦ୍ରା ଏବଂ ପରେ ମହାପ୍ରଭୁ ଜଗନ୍ନାଥ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ । ଆସନ୍ତାକାଲି ଠାରୁ ଆଡ଼ପ ଅବଢ଼ା ବାହାରିବ । ସିଂହଦ୍ୱାର ଦେଇ ଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁ ପ୍ରବେଶ କରିଥିବା ବେଳେ ବାହୁଡ଼ା ଦିନ ନାକଚଣା ଦ୍ୱାର ଦେଇ ରଥକୁ ଆସିବେ ।












Click it and Unblock the Notifications