କଡ଼ା ସୁରକ୍ଷାରେ ହେବ ରଥଯାତ୍ରା, ସହରକୁ ଜଗିବେ 180 ପ୍ଲାଟୁନ୍ ପୋଲିସ୍ ଫୋର୍ସ

ratha yatra

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ରହିଛି । ଏ ନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ରହିଛି ଜୋରଦାର ପ୍ରସ୍ତୁତି । ରଥଯାତ୍ରା ସମୟରେ ପୁରୀରେ ସୁରକ୍ଷା, ଟ୍ରାଫିକ୍ ଆଦିକୁ ନେଇ କରାଯାଉଛି ବ୍ୟବସ୍ଥା । ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ରଥଯାତ୍ରାରେ ପୁରୀ ସହରକୁ 180 ପ୍ଲାଟୁନ ପୁଲିସ ଫୋର୍ସ ଜଗିବେ । ଏଥିସହ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, -ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିବେ ।

ରଥଯାତ୍ରାରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ବ୍ୟବସ୍ଥାକୁ ପରିଚାଳନା ନେଇ ଆଜି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ତଥା ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ଅଖିଳେଶ୍ୱର ସିଂହ, ଭୁବନେଶ୍ୱର ଅତିରିକ୍ତ କମିଶନର ଉମାଶଙ୍କର ଦାଶ, ପୁରୀ ଏସ୍‌ପି ଡା.‌ କନୱର. ବିଶାଳ ସିଂହ, ହେଡ୍‌କ୍ବାଟର ଏସ୍‌ପି ରାହୁଲ ଜେନ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ରଥଯାତ୍ରା ଟ୍ରାଫିକ୍‌ ବ୍ୟବସ୍ଥାର ନୋଡାଲ ଅଫିସର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପାୱାର ପଏଣ୍ଟ ମାଧ୍ୟମରେ ଟ୍ରାଫିକ୍‌ ବ୍ୟବସ୍ଥା ସମ୍ପର୍କରେ ଯୋଜନା ଉପସ୍ଥାପନ କରିଥିଲେ । ଚଳିତବର୍ଷ ମୋଟ 30 ଟି ପାର୍କିଂ ସ୍ଥଳୀ ବ୍ୟବସ୍ଥା କରାଯାଇଛି । ସେହିପରି ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା ପାଇଁ ପୁରୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ପୁରୀ ସହରାଞ୍ଚଳ ଏବଂ ଦ୍ୱିତୀୟଟି ସହରାଞ୍ଚଳ ବାହାର ଅର୍ଥାତ ସାତପଡ଼ାରୁ ମଙ୍ଗଳାଘାଟ ଛକ, ଉତ୍ତରା ଛକରୁ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଓ କୋଣାର୍କରୁ ଗ୍ରିଡ୍‌‌ ଷ୍ଟେସନ ଛକ ଅନ୍ତର୍ଭୁକ୍ତ ।

ସହରାଞ୍ଚଳର ବଡ଼ଦାଣ୍ଡର ଉଭୟପାର୍ଶ୍ୱକୁ ଦୁଇ ଭାଗରେ ବିଭକ୍ତ କରି 12 ଟି ଜୋନ୍‌, 30 ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଏହି ଟ୍ରାଫିକ୍‌ ବ୍ୟବସ୍ଥାକୁ ପରିଚାଳନା କରିବାକୁ 12 ଟି ଆଉଟ୍‌ପୋଷ୍ଟ କରାଯାଇଛି । ସମସ୍ତ ଜୋନ୍‌ଗୁଡ଼ିକ ଦାୟିତ୍ୱରେ ଡିଏସ୍‌ପି ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ରହିବେ । ସେହିପରି ସେକ୍ଟରଗୁଡ଼ିକ ଦାୟିତ୍ୱରେ ଇନ୍‌ସ୍ପେକ୍ଟର ବା ସୁବେଦାରମାନେ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+