Ratha yatra 2022 : ଜାଣନ୍ତୁ କଣ ରହିଛି ଆଜିର ନୀତି ନିର୍ଘଣ୍ଟ

ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ପରେ ସମସ୍ତ ନୀତି ଆରମ୍ଭ ହୋଇଛି । ୬ଟା ୧୦ରେ ମଇଲମ ଓ ୬ଟା ୩୦ରେ ତଡ଼ପ ଲାଗି ନୀତି । ଏହି ସମୟରେ ହେବ ରୋଷହୋମ । ଏହାପରେ ସକାଳ ୭ଟାରେ ଶ୍ରୀଜିଉଙ୍କ ଅବକାଶ ନୀତି ।

ପୁରୀ : ଆଜି ପବିତ୍ର ରଥଯାତ୍ରା । ତିନି ରଥରେ ମାଉସୀ ଘରକୁ ଯିବେ ତିନି ଠାକୁର । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।

ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ପରେ ସମସ୍ତ ନୀତି ଆରମ୍ଭ ହୋଇଛି । ୬ଟା ୧୦ରେ ମଇଲମ ଓ ୬ଟା ୩୦ରେ ତଡ଼ପ ଲାଗି ନୀତି । ଏହି ସମୟରେ ହେବ ରୋଷହୋମ । ଏହାପରେ ସକାଳ ୭ଟାରେ ଶ୍ରୀଜିଉଙ୍କ ଅବକାଶ ନୀତି । ୭ଟା ୧୦ରେ ସୂର୍ଯ୍ୟ ପୂଜା ଓ ୭ଟା ୩୦ରେ ଦ୍ବାରପାଳ ପୂଜା । ସେହି ୭ଟା ୩୦ରେ ବେଶ ଶେଷ । ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବା କଥା। କିନ୍ତୁ ସମୟ ପୂର୍ବ ରୁ ହୋଇଛି ସମସ୍ତ ନୀତି ।

ratha ytra

ସକାଳ ୯ଟାରେ ରଥ ପ୍ରତିଷ୍ଠା ନେଇ ଥିଲା ସମୟ । ୯ଟା ୧୫ରେ ମଙ୍ଗଳାର୍ପଣ ଓ ସାଢେ ୯ଟାରେ ଆରମ୍ଭ ହେବ ପହଣ୍ଡି । ନୀତି ଅନୁସାରେ ୧୨ଟା ୩୦ରେ ଶେଷ ହୋଇଥାନ୍ତା ପହଣ୍ଡି । କିନ୍ତୁ ୩ ଘଣ୍ଟା ପୂର୍ବ ରୁ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଲକ୍ଷ ଲକ୍ଷ ଭକ୍ତ ରଥ ରେ ଦୁଇ ବର୍ଷ ପରେ ଦେଖୁ ଛନ୍ତି ମହାପ୍ରଭୁ ଙ୍କୁ। ଶଙ୍ଖ ନାଦ ରେ ଫାଟି ପଡୁଛି ଶ୍ରୀକ୍ଷେତ୍ର। ବିଭିନ୍ନ ସ୍ଥାନରୁ ଶ୍ରୀକ୍ଷେତ୍ର କୁ ଆସୁଛନ୍ତି ଭକ୍ତ।

ଏହାପରେ ଅପରାହ୍ଣ ଗୋଟାଏରେ ରାମ ଓ କୃଷ୍ଣ ବିଜେ, ସାଢେ
ଗୋଟାଏରୁ ୨ଟା ମଧ୍ୟରେ ଚିତା ଲାଗି, ୨ଟା ୩୦ ସୁଦ୍ଧା ବେଶ ଶେଷ ହେବ । ୨ଟା ୩୦ରୁ ସାଢେ ୩ଟା ପର୍ଯ୍ୟନ୍ତ ଛେରାପହଁରା । ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ରଥରେ ଲାଗିବ । ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ ବୋଲି ନିର୍ଘଣ୍ଟ ରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+