ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଡ଼ପ ମଣ୍ଡପ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି। ଶ୍ରୀଜୀଉମାନେ ଗୋଟି ପହଣ୍ଡି ସାରିବା ପରେ ଜନ୍ମବେଦୀକୁ ଗମନ କରିବେ।

ପୁରୀ : ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଡ଼ପ ମଣ୍ଡପ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି । ଶ୍ରୀଜୀଉମାନେ ଗୋଟି ପହଣ୍ଡି ସାରିବା ପରେ ଜନ୍ମବେଦୀକୁ ଗମନ କରିବେ । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବା ପରେ ତିନି ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଜିଠାରୁ କାଳିଆ ସାଆନ୍ତ ଆଡ଼ପ ମଣ୍ଡପରୁ ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦେବେ । ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନ କଲେ ଯେଉଁ ପୂଣ୍ୟପ୍ରାପ୍ତ ହୁଏ, ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ସେହି ଫଳପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ।

ratha yatra

ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀକୁ ଆସିଛନ୍ତି ମହାପ୍ରଭୁ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ରଥଯାତ୍ରା ଦର୍ଶନର ସୁଯୋଗ ମିଳିଥିବାରୁ ଶ୍ରୀକ୍ଷେତ୍ର ପାଲଟିଥିଲା ଜନସମୁଦ୍ର । ରଥ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଥିବା ନୀତିକାନ୍ତି ସମୟର ଯଥେଷ୍ଟ ପୂର୍ବରୁ ଗୋଟିଏ ପରେ ଗୋଟିଏ ନୀତି ଶେଷ ହୋଇଥିଲା। ରଥ ଉପରେ ମଙ୍ଗଳ ଆଳତି ଅବକାଶ ନୀତି ଶେଷ ହେବା ପରେ ତିନିଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡ଼ପମଣ୍ଡପକୁ ବିଜେ କରାଯିବ।ଭକ୍ତଙ୍କ ସୁରକ୍ଷା ପାଇଁ ହଜାରେରୁ ଅଧିକ ଅଫିସରଙ୍କ ସହ ୧୮୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି ।

ଗତ କାଲି ଚୂଡାନ୍ତ ନୀତି ନିର୍ଘଣ୍ଟ ପୂର୍ବରୁ ଆସି ଶରଧା ବାଲିରେ ପହଞ୍ଚିଥିଲେ ତିନି ଠାକୁର । ଅପରହାଁ 4ଟାରୁ ରଥ ଟଣା ହେବ ବୋଲି ନୀତିରେ ଚୂଡାନ୍ତ ହୋଇଥିଲା ତେବେ ଏହାସର ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା । ଚାରମାଳ ଫିଟା ସହ ଘୋଡା, ସାରଥୀ ଲାଗିବ ପରେ ପ୍ରଥମେ ମଧ୍ୟାହ୍ନ 12ତା 35ରେ ତାଳଧ୍ଵଜ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ନ 3ଟା 55ରେ ତାଳଧ୍ଵଜ, 5ଟା 20ରେ ଦେବଦଳନ ଓ ସାଢେ 6ଟାରେ ନନ୍ଦିଘୋଷ ରଥ ପହଂଚିଥିଲା। ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ ମିଳନ ହୋଇଛି। ଭକ୍ତଙ୍କ ହରିବୋଲ ଭିତରେ ବଡଦାଣ୍ଡ ପ୍ରକମ୍ପିତ ହୋଇଛି । 10 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+