ସୁସ୍ଥ ହେଲେ ମହାପ୍ରଭୁ
ସୁସ୍ଥ ହେଲେ ମହାପ୍ରଭୁ। ଜ୍ବରରୁ ମହାପ୍ରଭୁ ସୁସ୍ଥ ହେବା ନେଇ ଖବର ଦେଲେ ସେବାୟତ । ରାଜପ୍ରସାଦ ଯାଇ ଗଜପତିଙ୍କୁ ଖବର ଦେଲେ ସେବାୟତ । ମହାପ୍ରଭୁଙ୍କ ଆରୋଗ୍ୟ ନେଇ ଖବର ଦେବା ସହ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ ଗଜପତିଙ୍କୁ ଅର୍ପଣ କରିଛନ୍ତି।
ପୁରୀ : ସୁସ୍ଥ ହେଲେ ମହାପ୍ରଭୁ। ଜ୍ବରରୁ ମହାପ୍ରଭୁ ସୁସ୍ଥ ହେବା ନେଇ ଖବର ଦେଲେ ସେବାୟତ । ରାଜପ୍ରସାଦ ଯାଇ ଗଜପତିଙ୍କୁ ଖବର ଦେଲେ ସେବାୟତ । ମହାପ୍ରଭୁଙ୍କ ଆରୋଗ୍ୟ ନେଇ ଖବର ଦେବା ସହ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ ଗଜପତିଙ୍କୁ ଅର୍ପଣ କରିଛନ୍ତି। ସ୍ନାନ ପୂର୍ଣ୍ଣିମାରେ ଅଧିକ ଗାଧୋଇ ଜ୍ବରରେ ପୀଡିତ ଥିଲେ ମହାପ୍ରଭୁ। ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି ଦଶମୀ ତିଥିରେ ଶଯ୍ୟା ଛାଡିଥିଲେ । ଶ୍ରୀଅଙ୍ଗରେ ତିନିଦିନ ଧରି ଓଷ ଲାଗି ପରେ ଧିରେ ଧିରେ ଜ୍ୱରରୁ ଭଲ ହୋଇଛନ୍ତି ମହାପ୍ରଭୁ ।

ସେହିପରି ରଥଯାତ୍ରାକୁ ଆଉ କିଛି ଦିନ ବାକି ଅଛି। ମହାମାରୀ ପରବର୍ତ୍ତୀ ଭକ୍ତଙ୍କ ଗହଣରେ ହେବାକୁ ଥିବା ରଥଯାତ୍ରାରେ ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି। ପ୍ରଶାସନ ବି ସେ ନେଇ ପ୍ରସ୍ତୁତି ଚଳାଇଛି।
ସେହିପରି ରଥକାମ ଦ୍ରୁତ ଗତିରେ ଚାଲିଛି । ତିନି ରଥର ବାର ଗୋଟି ଦୁଆର ବେଢ଼ାରେ ରୂପ ଅଙ୍କନ କାର୍ଯ୍ୟ ଶେଷ ହୋଇ ରଥ ଉପରକୁ ଉଠି ଅଛି । ତିନିରଥର ରଙ୍ଗ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ସେହିପରି ତିନିରଥର ବେଦି ଚାରିପାର୍ଶ୍ୱରେ ପଟା ବାଡିଆ କାର୍ଯ୍ୟ ଶେଷ ହୋଇଛି l












Click it and Unblock the Notifications