ଜାମ୍ମୁ ଓ କାଶ୍ମୀରର ସୁରକ୍ଷା ଦାୟିତ୍ୱରେ ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁ

ଶ୍ରୀନଗର: ଜାତୀୟ ସ୍ତରରେ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ । ଜାମ୍ମୁ ଓ କାଶ୍ମୀରର ସୁରକ୍ଷା ଦାୟିତ୍ୱ ଭାର ନେବେ ଓଡ଼ିଆ ପୁଅ । ରଶ୍ମିରଂଜନ ସ୍ୱାଇଁ ଜମ୍ମୁକଶ୍ମୀରର ନୂତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ହେବେ ।

1991 କ୍ୟାଡରର ଆଇପିଏସ୍ ଅଧିକାରୀ ରଶ୍ମିରଂଜନ ସ୍ୱାଇଁଙ୍କୁ ଜମ୍ମୁକଶ୍ମୀରର ନୂତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ମିଳିଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ନିର୍ଦ୍ଦେଶନାମା ଜାରି ହୋଇଛି । ପୂର୍ବରୁ ସିଆଇଡି ମହାନିର୍ଦ୍ଦେଶକ ଥିବା ରଶ୍ମିରଂଜନ ସ୍ୱାଇଁ ନଭେମ୍ବର ପହିଲା 2023 ଠାରୁ ଜମ୍ମୁକଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ।

Rashmi Ranjan Swain

ବର୍ତ୍ତମାନ ଜାମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଥିବା ଦିଲବାଗ ସିଂ ଆସନ୍ତା ଅକ୍ଟୋବର 31 ରେ ଅବସର ନେବାକୁ ଥିବାବେଳେ ତାଙ୍କ ସ୍ଥାନରେ ରଶ୍ମିରଂଜନ ଦାୟିତ୍ୱ ନେବେ ।

ରଶ୍ମିରଞ୍ଜନ ରାଉରକେଲାର ମୂଳ ବାସିନ୍ଦା । ନ୍ୟାସନାଲ ପୋଲିସ୍ ଏକାଡେମୀ (ହାଇଦ୍ରାବାଦ) ରେ ତାଲିମ ସମାପ୍ତ କରିବା ପରେ ତାଙ୍କୁ ସର୍ବୋତ୍ତମ କ୍ୟାଡେଟ୍ ପୋଲିସ୍ ଅଧିକାରୀ ସମ୍ମାନ ମିଳିଥିଲା । ଶ୍ରୀ ସ୍ୱାଇଁ ପୂର୍ବରୁ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଥିଲେ । 2001 ରୁ 2003 ପର୍ଯ୍ୟନ୍ତ ଏସଏସପି ଶ୍ରୀନଗର ଏବଂ 2003 ରୁ 2004 ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବରେ କାର୍ଯ୍ୟ କରିଥିଲେ । ସେ ଲେହ, ପୁଞ୍ଚ ଏବଂ ରାମବନରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରିଥିଲେ ।

ଜୁନ୍ 2020 ରେ ତାଙ୍କୁ ସିଆଇଇଡି ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍ପେଶାଲ୍ ଡାଇରେକ୍ଟର ଜେନେରାଲ୍ ସିଆଇଡି ଭାବରେ ପଦୋନ୍ନତି ଦିଆଯାଇଥିଲା । ବିଶେଷ କରି ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ମୁକାବିଲା ଏବଂ ଆତଙ୍କୀ ନିପାତ କ୍ଷେତ୍ରରେ ରଶ୍ମିରଞ୍ଜନଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+