ରାମଲାଲା ପ୍ରାଣ ପ୍ରତିଷ୍ଠା: ଓଡ଼ିଶାରୁ ଅଯୋଧ୍ୟା ଯିବ ଧନୁତୀର

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ରାମଲାଲାଙ୍କ ପାଇଁ ଓଡିଶାରୁ ଅଯୋଧ୍ୟା ଯିବ ଧନୁ ତୀର । ଏହାକୁ ପଠାଇବେ ଐତିହ୍ୟ ସଂଗ୍ରାହକ ସୁଦର୍ଶନ ସାହୁ । ଏଥିପାଇଁ କଟକୀ ମଠର ମଠାଧୀଶ ବିଜୟ ରାମାନୁଜଙ୍କ ଉଦ୍ୟମରେ ନ୍ୟାସର ସଂପାଦକଙ୍କ ସହ ଯୋଗାଯୋଗ କ୍ରମେ ଅନୁମତି ମିଳିଛି ।

ପୁରୀର ପ୍ରସିଦ୍ଧ ପାପୁଡିଆ ମଠର ମୁଖ୍ୟ ରାମକୃଷ୍ଣ ଦାସ ମହାରାଜ ଏଭଳି ଯୁଗଳ କଳାକୃତିକୁ ଅଯୋଧ୍ୟାରେ ନ୍ୟାସ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି ।

2 ଫୁଟ ଲମ୍ବ ଏବଂ ଦେଢ଼ ଫୁଟ ଚଉଡା ବିଶିଷ୍ଟ ଏହି ଧନୁ ଓ ତୀରର ଓଜନ ଦୁଇ କିଲୋ ହେବ । ଏହା ସମ୍ପୂର୍ଣ୍ଣ ପିତ୍ତଳରେ ତିଆରି ହୋଇଛି ।

ସୂଚନାଥାଉକି, ଆସନ୍ତା ଜାନୁଆରୀ 22 ତାରିଖରେ ରାମ ମନ୍ଦିର ଲୋକାର୍ପଣ ହେବା ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ନେଇ ସମଗ୍ର ଅଯୋଧ୍ୟାରେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ରାମଲାଲାଙ୍କ ପାଇଁ ଦେଶର କୋଣଅନୁକୋଣରୁ ବିଭିନ୍ନ ସମଗ୍ରୀ ଆସୁଛି । ଏଥି ମଧ୍ୟରେ ରହିଛି ଓଡ଼ିଶାରୁ ଧନୁତୀର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+