ରାମ ମନ୍ଦିର: 1600 ଫୁଟ ଉପରେ ବିରାଜିଲେ ଶ୍ରୀ ରାମ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ନୟାଗଡ଼: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବମୁଖର । ଏହି ସମୟରେ ଓଡିଶାରେ ମଧ୍ୟ ଏକ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା କରାଯାଇଛି । ସାଧୁ ସନ୍ଥଙ୍କ ଗହଣରେ ମନ୍ତ୍ରପାଠ ଓ ବେଦପାଠରେ ଗୁଞ୍ଜରିତ ହୋଇଛି ପରିବେଶ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଛି । ଏହା ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।
ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ 1600 ଫୁଟ୍ ଉପରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗିରିଗୋବର୍ଦ୍ଧନ ପାହାଡ଼ ଶିଖରରେ ନିର୍ମାଣ ହୋଇଛି ଶ୍ରୀରାମଙ୍କ ଏହି ମନ୍ଦିର । 4 ବର୍ଷ ଧରି ବଛା ବଛା କାରିଗରଙ୍କୁ ନେଇ ଏହି ମନ୍ଦିର ନିର୍ମାଣ ହୋଇଛି । ଏହି ମନ୍ଦିର ଶ୍ରୀରାମ ସେବା ପରିଷଦ ଆନୁକୂଲ୍ୟରେ ଲୋକାର୍ପିତ ହୋଇଛି । ପାହାଡ଼ିଆ ରାସ୍ତାରେ ପ୍ରାୟ 2 କିମି ଗଲେ ପ୍ରାକୃତିକ ପରିବେଶ ମଧ୍ୟରେ ଏହି ଭବ୍ୟ ମନ୍ଦିର ଦେଖିବାକୁ ମିଳିଛି ।

ଏହି ଅବସରରେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଥିଲା ଆଧାତ୍ମିକ ପରିବେଶ । ଏଠାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଗତ 17 ତାରିଖରୁ ମନ୍ଦିରର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଜାରି ରହିଥିଲା । ଯାହାକୁ ନେଇ ସାରା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଥିଲା । ହଜାର ହଜାର ଶ୍ରଦ୍ଧାଳୁ ଏହି ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବା ସହ ପ୍ରଭୁ ଶ୍ରୀରାମଙ୍କ ଆଶିଷ ନେଇଛନ୍ତି ।
ସମୁଦ୍ର ପତନ ଠାରୁ 1600 ଫୁଟ ଉଚ୍ଚ ପାହାଡ ଉପରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ବଉଳମାଳା ପଥରରେ ନିର୍ମିତ, ପୁଷ୍ପ ସଜ୍ଜିତ ଏହି ମନ୍ଦିରର ରୂପ ଅନନ୍ୟ ଆଉ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ 200 କାରିଗର, 4 ବର୍ଷ ହେଲା ନିୟୋଜିତ ହୋଇଥିଲେ । 3 ଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଇଛି । ରେଖ, ଭଦ୍ର ଓ ମୋହନ ନାମରେ 3ଟି ମୁଖ୍ୟ ମନ୍ଦିର ରହିଥିବାବେଳେ ଚତୁଃପାଶ୍ୱର୍ରେ ଶିବ, ଗଣେଶ, ସୂର୍ଯ୍ୟନାରାୟଣ ଓ ହନୁମାନଙ୍କ ପାଇଁ 4ଟି ମନ୍ଦିର ନିର୍ମାଣ କରାଯାଇଛି । ସିଂହ, ଘୋଡା, ହାତୀ ଓ ବ୍ୟାଘ୍ରଙ୍କ ନାମରେ 4ଟି ପ୍ରବେଶ ପଥ ରହିବା ସହ 22 ପାହାଚର ଅନୁକରଣ ମଧ୍ୟ କରାଯାଇଛି । ନୟାଗଡ ଜିଲ୍ଲାର ଏକ ଗାଁ ଭିତରେ ଏପରି ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି ।
କଣ କହୁଛି କିମ୍ବଦନ୍ତୀ
ନୟାଗଡ଼ ଜିଲ୍ଲା ଫତେଗଡ଼ ଗାଁରେ ରହିଛି ଶ୍ରୀରାମ ପାହାଡ଼ । କିମ୍ବଦନ୍ତୀ ରହିଛି, ପୂର୍ବରୁ ଗ୍ରାମରେ ବର୍ଷା ନହେଲେ ଗାଁ ଲୋକେ ଏହି ଶ୍ରୀରାମ ପାହାଡ଼ ଉପରେ ଗିରି ଗୋବର୍ଦ୍ଧନଙ୍କୁ ପୂଜା କରୁଥିଲେ । ଫଳରେ ଭଲ ବୃଷ୍ଟିପାତ ହୋଇଥାଏ । ତେବେ କାଳକ୍ରମେ ଏହି ପାହାଡ଼ ଉପରେ ରାମଲାଲାଙ୍କ ମନ୍ଦିର ଟିଏ ତୋଳିବା ପାଇଁ ଗ୍ରାମବାସୀମାନେ ନିଷ୍ପତ୍ତି ନେଇଥିଲେ । ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମରେ ମନ୍ଦିର ତିଆରି ଆରମ୍ଭ ହୋଇଥିଲା ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications