ରାକ୍ଷୀ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ କେବେ ହେବ ରାକ୍ଷୀ ? କଣ କହୁଛି ଜ୍ୟୋର୍ତିଗଣନା
ରାକ୍ଷୀ ପୂର୍ଣ୍ଣିମା: ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦେଖାଦେଇଛି ଅନେକ ଦ୍ୱନ୍ଦ । କେଉଁ ଦିନ ହେବ ରାକ୍ଷୀ ? କଣ ରହିଛି ରାକ୍ଷୀ ବାନ୍ଧିବାର ଶୁଭ ସମୟ ? ଏ ନେଇ ଦ୍ୱନ୍ଦରରେ ରହିଛନ୍ତି ସମସ୍ତେ । ସେପଟେ ଶ୍ରୀମନ୍ଦିରେ ଭଉଣୀ ସୁଭଦ୍ରା ହାତରୁ ରାକ୍ଷୀ ବାନ୍ଧିବାକୁ ଅନେଇ ବସିଛନ୍ତି ଦୁଇ ଭାଇ । ପୁଣି ରହିଛି ବଡ଼ ଭାଇ ବଳଭଦ୍ରଙ୍କ ଜନ୍ମଦିନ ତଥା ଗହ୍ମା ପୂର୍ଣ୍ଣିମା । ତେବେ ଏ ସବୁ ଦ୍ୱନ୍ଦ ଭିତରେ ଶ୍ରୀମନ୍ଦିରରେ କେବେ ହେବ ରାକ୍ଷୀ ପୂର୍ଣ୍ଣିମା, ଜ୍ୟୋର୍ତିଗଣନା କଣ କହୁଛି ଆସନ୍ତୁ ଜାଣିବା ।

ଆସନ୍ତା 31 ତାରିଖରେ ଗହ୍ମା ପୂର୍ଣ୍ଣିମା ବା ବଳଭଦ୍ର ଜନ୍ମନୀତି ପାଳନ ହେବ । କିନ୍ତୁ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରରେ 30 ତାରିଖ ଦିନ ବଳଭଦ୍ର ଜନ୍ମନୀତି ପାଳିତ ହେବ । ଓଡ଼ିଶାରେ ସେହି 30 ତାରିଖ ଦିନ ହିଁ ରାକ୍ଷୀ ପୂର୍ଣିମା, ଚନ୍ଦ୍ର ପୂଜା, ଗହ୍ମା ପୂର୍ଣ୍ଣମୀ ନୀତି ପାଳିତ ହେବା ଉଚିତ୍ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇଥିବା ପାଞ୍ଜିରେ ଗହ୍ମା ପୂର୍ଣ୍ଣମୀ ପାଳନ ଦିନକୁ ନେଇ ଦ୍ୱନ୍ଦ୍ୱ ରହିଛି ।ତେବେ ଆସନ୍ତା 30 ତାରିଖ ସକାଳ 10.30 ପରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାର ପ୍ରକୃଷ୍ଟ ସମୟ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି ।
ଅନ୍ୟପଟେ ଶ୍ରୀମନ୍ଦିର ନୀତିକାନ୍ତି ଆଧାରରେ ଆସନ୍ତା 31 ତାରିଖରେ ରାକ୍ଷୀ ପୂର୍ଣ୍ଣିମା ବା ବଳଭଦ୍ରଙ୍କ ଜନ୍ମତ୍ସୋବ ପାଳନ କରାଯିବା ଉଚିତ୍ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି ।
ସେପଟେ ରକ୍ଷା ବନ୍ଧନ ପାଇଁ ଶ୍ରୀମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି । ରାକ୍ଷୀ ତିଆରିରେ ବ୍ୟସ୍ତ ଅଛନ୍ତି ପାଟରା ବିଷୋୟୀ ସେବାୟତ । ତିଆରି ଚାଲିଛି ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ । ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ 4ଟି ରଙ୍ଗର ରାକ୍ଷୀ ତିଆରି ହେଉଛି । ଏହାସହ 54 ଟି ଲେଖାଏଁ ଗୁଆରେ 4ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରିଛନ୍ତି ପାଟରା ବିଶୋଇ ସେବାୟତ ।












Click it and Unblock the Notifications