Get Updates
Get notified of breaking news, exclusive insights, and must-see stories!

Rakhi Purnima 2023: କେବେ ପାଳିବେ ରାକ୍ଷୀ ପୂର୍ଣ୍ଣିମା, ରାକ୍ଷୀ ବାନ୍ଧିବାର ଶୁଭ ସମୟ

Rakhi Purnima 2023 : ଚଳିତ ବର୍ଷ ଯୋଡ଼ା ଶ୍ରାବଣରେ ପଡ଼ୁଛି ଦୁଇଟି ପୂର୍ଣ୍ଣିମା । ଏହା ଭିତରୁ ଗୋଟିଏ ରହିଛି ରାକ୍ଷୀ ପୂର୍ଣ୍ଣିମା । ଯୋଡ଼ା ଶ୍ରାବଣ କାରଣରୁ ଏଥର ପଡ଼ିଛି ଦୁଇଟି ପୂର୍ଣ୍ଣିମା । ଆସନ୍ତା କାଲି ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା । ଏପରିକି ଜ୍ୟୋତିଷ ମାନେ କହିଛନ୍ତି ରାକ୍ଷୀ ପୂର୍ଣ୍ଣିମା 30 ତାରିଖ ଓ 31 ତାରିଖରେ ପାଳନ କରାଯାଇପାରିବ । ରାକ୍ଷୀ ପୂର୍ଣ୍ଣିମା 30 ତାରିଖ ଦିନ 11 ଟା ପର ଠାରୁ ଏବଂ 31 ତାରିଖ ସକାଳେ ପାଳନ କରାଯାଇପାରିବ । ଏଥିରେ ମଧ୍ୟ ସମସ୍ତ ବିଶେଷଜ୍ଞମାନେ ସେମାନଙ୍କର ଜ୍ୟୋତିଷ ଗଣନାରେ ଶୁଭ ସମୟ ବିଷୟରେ ଭିନ୍ନ ଯୁକ୍ତି ଦେଇଛନ୍ତି । ତେଣୁ କେଉଁ ପୂର୍ଣ୍ଣିମାନେ ରକ୍ଷା ବନ୍ଧନ ପାଳନ କରାଯିବ ସେ ନେଇ ଲୋକଙ୍କ ମଧ୍ୟରେ ରହିଛି ଦ୍ୱନ୍ଦ ।

Rakhi

ତେବେ ଆସନ୍ତୁ ଜାଣିବା କେଉଁ ପୂର୍ଣ୍ଣିମାରେ ଆପଣ କେଉଁ ବାରରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ

ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ମାସରେ ପୂର୍ଣ୍ଣିମା ପଡ଼ିଥାଏ । ଚଳିତ ଥର ଯୋଡ଼ା ଶ୍ରାବଣରେ ଦୁଇଟି ପୂର୍ଣ୍ଣିମା ରହିଛି । ଶ୍ରାବଣର ପ୍ରଥମ ପୂର୍ଣ୍ଣିମା ମଳ ମାସ ରେ ପଡ଼ୁଛି । ତେଣୁ ଏହାକୁ ମଳ ପୂର୍ଣ୍ଣିମା କହିବା । ଏହି ପୂର୍ଣ୍ଣିମା 1 ଅଗଷ୍ଟ ମଙ୍ଗଳବାରରେ ପଡିଥିଲା ।

ଶ୍ରାବଣ ମାସର ଦ୍ୱିତୀୟ ପୂର୍ଣ୍ଣିମା 30 ଅଗଷ୍ଟ ବୁଧବାର ପଡ଼ିବ । ଏହା ବୁଧବାର ସକାଳ 10.58 ରୁ ଆରମ୍ଭ ହୋଇ ଗୁରୁବାର ସକାଳ 7.05 ଯାଏଁ ରହିବ । ତେଣୁ ପୂର୍ଣ୍ଣିମା ବ୍ରତ 30 ରେ ହେଲେ ବି 31 ରେ ଦାନ ସ୍ନାନକାମ କରିପାରିବେ ।

ଏହିଦିନ ଭଦ୍ରା କାଳ ଆରମ୍ଭ ହୋଇଯିବ । ଶାସ୍ତ୍ରରେ ଭଦ୍ରା କାଳରେ ଶ୍ରାବଣୀ ପର୍ବ ପାଳନ କରାଯିବା ନିଷେଦ୍ଧ । 30 ଅଗଷ୍ଟରେ ଭଦ୍ରା କାଳ ରାତି 9 ଟା2 ମିନିଟ ଯାଏଁ ରହିବ । ଏହି ସମୟ ପରେ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯାଇପାରିବ । ରାକ୍ଷୀ ବନ୍ଧନ ଦିନ ସମୟରେ କଲେ ଶୁଭ ମନାଯାଏ । ତେଣୁ ଏମିତିରେ 31 ଅଗଷ୍ଟରେ ଆପଣ ଦିନ ସମୟରେ ଏହି ପର୍ବକୁ ପାଳନ କରିପାରିବେ ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ଶାସ୍ତ୍ରର ମୁଖ୍ୟ ପ୍ରଫେସର ଡ. ଗିରିଜଶଙ୍କର ଶାସ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ 30 ରେ ସକାଳ 10.05ରୁ ଆରମ୍ଭ ହୋଇ ରାତି 8.58 ରେ ଶେଷ ହେବ । ଭଦ୍ରା ସରିବା ପରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବା ଉଚିତ୍ । ଏଥି ସହିତ ଲୋକ ପରମ୍ପରା ଏବଂ ଭିନ୍ନ ମତ ହେତୁ ରାକ୍ଷୀ ପୂର୍ଣ୍ଣିମା ତାରିଖ ପରଦିନ ସକାଳ 7.37 ପର୍ଯ୍ୟନ୍ତ ସଂପନ୍ନ ହୋଇପାରିବ ।

କାଶୀ ବିଦ୍ୱତ ପରିଷଦର ମହାମନ୍ତ୍ରୀ ପ୍ରଫେସର ଡ. ରାମନାରାୟଣ ଦ୍ୱିବେଦୀ କରିଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ରରେ ଏହା କୌଣସି ସ୍ଥାନରେ ଲେଖା ନାହିଁ ଯେ ଭଦ୍ର ପକ୍ଷରେ ରକ୍ଷାବନ୍ଧନ ପାଳନ କରାଯିବା ଉଚିତ । ତେଣୁ ଭଦ୍ର ଅବଧି ସମ୍ପୂର୍ଣ୍ଣ ହୋଇଗଲେ ରାଖୀ ବାନ୍ଧିବା ଉଚିତ୍ । ସେହିପରି 30 ଅଗଷ୍ଟ ରାତି 8.58 ରୁ 31 ତାରିଖ ସକାଳ 7.37 ପର୍ଯ୍ୟନ୍ତ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପାଳନ କରାଯାଇପାରେ ।

କଣ ରହିଛି ଶୁଭ ସମୟ

କେବଳ ରାତି 9 ଟା ପରେ ଏହି ପର୍ବ ପାଳନ କରିପାରିବେ । କାରଣ ଦିନସାରା ଭଦ୍ରା କାଳ ରହିବ । ଯାହା ରାତି ପ୍ରାୟ 8.58 ମିନିଟରେ ଶେଷ ହେବ । ଏହି କାରଣରୁ ରକ୍ଷାବନ୍ଧନ କେବଳ ରାତି 9ଟା ପରେ ଶୁଭ ମୁହୂର୍ତ୍ତ ଭାବରେ ପାଳନ କରାଯିବା ଉଚିତ୍ । ଜ୍ୟୋତିଷ ଶାସ୍ତ୍ରରେ ଏହା ଲେଖାଯାଇଛି ଯେ ଭଦ୍ର ଅବଧି ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ରାକ୍ଷୀ ବନ୍ଧା ପାଳନ କରାଯିବା ଉଚିତ୍ ନୁହେଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+