କୃଷକ ଆନ୍ଦୋଳନରେ 'ଜାତୀୟ ବିରୋଧୀ' ଲୋକଙ୍କ ସମ୍ପୃକ୍ତି ପ୍ରସଙ୍ଗରେ ରାକେଶଙ୍କ ଟିପ୍ପଣୀ
ରାକେଶ କହିଛନ୍ତି ଯେ ଯଦି ଏମିତି ହୋଇଛି, ତେବେ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ସେମାନଙ୍କୁ ଧରିବା ଉଚିତ୍ | ଯଦି ଏକ ନିଷିଦ୍ଧ ସଂଗଠନର ଲୋକମାନେ ଆମ ମଧ୍ୟରେ ବୁଲୁଛନ୍ତି, ସେମାନଙ୍କୁ ଧରାଯିବା ସହ ଜେଲରେ ରଖିବା ଉଚିତ୍ |
ନୂଆଦିଲ୍ଲୀ : କୃଷକ ଆନ୍ଦୋଳନରେ କେତେକ ଆଣ୍ଟିନ୍ୟାସନାଲ ଲୋକ ସାମିଲ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକୈତ୍ | ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାକେଶ କହିଛନ୍ତି ଯେ ଯଦି ଏମିତି ହୋଇଛି, ତେବେ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ସେମାନଙ୍କୁ ଧରିବା ଉଚିତ୍ | ଯଦି ଏକ ନିଷିଦ୍ଧ ସଂଗଠନର ଲୋକମାନେ ଆମ ମଧ୍ୟରେ ବୁଲୁଛନ୍ତି, ସେମାନଙ୍କୁ ଧରାଯିବା ସହ ଜେଲରେ ରଖିବା ଉଚିତ୍ | ଆମେ ଏଠାରେ ଏପରି ବ୍ୟକ୍ତିଙ୍କୁ ପାଇ ନାହୁଁ, କିନ୍ତୁ ଯଦି କେହି ମିଳେ, ତେବେ ଆମେ ତାଙ୍କୁ ଆମ ଆନ୍ଦୋଳନରୁ ହଟାଇବୁ |

ହରିୟାଣା, ପଞ୍ଜାବ ଏବଂ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ଦିଲ୍ଲୀର ସୀମାରେ କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ବିରୋଧ କରିଆସୁଛନ୍ତି | ରାଜପଥ ଅବରୋଧ କରିବା ସହ ଆଜି ଟୋଲ ଟ୍ୟାକ୍ସ ମୁକ୍ତ କରିବାକୁ କୃଷକ ସଂଗଠନ ମଧ୍ୟ ଘୋଷଣା କରିଛନ୍ତି | କୃଷକମାନେ ଅଭିଯୋଗ କରିଛନ୍ତି ଯେ ନୂତନ କୃଷି ନିୟମ ବଡ ପୁଞ୍ଜିପତିଙ୍କ ପାଇଁ ଲାଭଦାୟକ ହେବ, ତେଣୁ ଏହାକୁ ପ୍ରତ୍ୟାହାର କରାଯାଉ | କିନ୍ତୁ କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ପରିବର୍ତ୍ତେ ସଂଶୋଧନ କରିବାକୁ ପ୍ରସ୍ତୁତ ଅଛନ୍ତି |












Click it and Unblock the Notifications