ବଦଳିଲେ ବିଏମସି କମିଶନର, ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର: ବିଏମସି କୁ ମିଳିଲା ନୂଆ କମିଶନର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ରାଜେଶ ପ୍ରଭାକର ପାଟିଲଙ୍କୁ ବିଏମସି କମିଶନର ନୂଆ ଦାୟିତ୍ୱ ମିଳିଛି ।
ବର୍ତ୍ତମାନର କମିଶନର ବିଜୟ ଅମୃତ କୁଲାଙ୍ଗେ ଛୁଟିରେ ଯିବେ । ତାଙ୍କ ଆବେଦନର ଅନୁସାରେ ମାସେ ଛୁଟିରେ ଯାଉଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ତେବେ ବିଜୟ ଅମୃତ କୁଲାଙ୍ଗେ ଛୁଟିରୁ ଫେରିଲା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିବ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, 2005 ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ସମବାୟ ବିଭାଗର ସଚିବ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ ।
ସେହିପରି 2013 ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଏକମାସ ପାଇଁ ଛୁଟିରେ ଯିବା ନିମନ୍ତେ ଅନୁମତି ଦେଇଥିବା ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ସାଧାରଣ ନିର୍ବାଚନ ପୂର୍ବରୁ ଅଚାନକ ଛୁଟିରେ ଯିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏପରିକି ଗତକାଲି (23 ତାରିଖ) ବିଏମସି ମାସିକ ବୈଠକରେ ମେୟର ଓ କର୍ପୋରେଟରଙ୍କ ଭତ୍ତା(ସିଟିଂ ଆଲାଉନ୍ସ) ବୃଦ୍ଧି ପାଇଁ ବିଏମସି ବୈଠକରେ ନିଷ୍ପତ୍ତି ନିଆଯିବା ଶ୍ରୀ କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଛି ବୋଲି କୁହାଯାଉଛି । ଗତକାଲି ବିଏମସି ମାସିକ ବୈଠକରେ ମେୟରଙ୍କୁ ସିଟିଂ ଆଲାଉନ୍ସ 50 ହଜାର ଟଙ୍କା, ଡେପୁଟି ମେୟରଙ୍କ 25 ହଜାର ଟଙ୍କା ଓ କର୍ପୋରେଟରମାନଙ୍କର ସିଟିଂ ଆଲାଉନ୍ସ 10ହଜାର ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ସମସ୍ତ ଅର୍ଥ ବିଏମସି ପାଣ୍ଠିରୁ ଭରଣା କରାଯିବ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ କହିଥିଲେ ।
ମାତ୍ର ସନ୍ଧ୍ୟାରେ ଏହି ନିଷ୍ପତ୍ତିକୁ ରଦ୍ଦ କରାଯିବା ସହ ଏଥିପାଇଁ ସରକାରଙ୍କ ଅନୁମତି ଜରୁରୀ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ଏହାସହିତ ଗତକାଲି ସନ୍ଧ୍ୟାରେ ହିଁ ଶ୍ରୀ କୁଲାଙ୍ଗେଙ୍କୁ ଏକମାସ ଛୁଟିରେ ଯିବା ପାଇଁ ସରକାର ଅନୁମତି ଦେଇ ତାଙ୍କ ସ୍ଥାନରେ ଶ୍ରୀ ପାଟିଲଙ୍କୁ ବିଏମସି କମିଶନର ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications