Get Updates
Get notified of breaking news, exclusive insights, and must-see stories!

ସରିଲା ବଡ଼ଓଷା, ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି ହେଲା ଗଜଭୋଗ

କଟକ: ଚାଲିଛି ମହାପଞ୍ଚୁକ ବ୍ରତ । ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଲାଗି ରହୁଛି । ଆଜି ବଡ଼ସିଂହାର ସହ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।

Raja bhoga

ରାତି 3 ଟାରୁ ବାବାଙ୍କର ପହଡ ଖୋଲାଯାଇଥିଲା । ପରେ 108 ଗରା ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ, ମଇଲମ, ବାଳଭୋଗ ଆଦି କରାଯାଇଥିଲା । ପରେ ଦର୍ଶନ ଲାଗି ଭକ୍ତ ମାନଙ୍କୁ ଛଡା ଯାଇଥିଲା ।

ଏହା ସହ ସରିଛି ବାବା ଧବଳେଶ୍ବରଙ୍କ ବଡଓଷା । ବାବା ଧବଳେଶ୍ୱରଙ୍କ ପାଖରେ ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି । ରାତି ସାରା ଉଜାଗର ରହି ଭକ୍ତ ଓ ଶ୍ରଦ୍ଧାଳୁ ଭୋଗ ପାଇ ବେଶ ଆନନ୍ଦିତ ହୋଇଛନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦଯାପନ କରିଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+