ପଶ୍ଚିମାଝଡ଼ ପ୍ରଭାବରେ ରାଜଧାନୀ ସମେତ ଅନେକ ସ୍ଥାନରେ ବର୍ଷା, କୁଆପଥର ମାଡ଼
ରାଜ୍ୟର କେତେକ ସ୍ଥାନରେ ପଶ୍ଚିମା-ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି । ଏହା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇଛି ।

ଭୁବନେଶ୍ୱର: ରାଜ୍ୟର କେତେକ ସ୍ଥାନରେ ପଶ୍ଚିମା-ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି । ଏହା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇଛି । ବିଶେଷ ଭାବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍ନ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି ।
ଆଜି ରାୟଗଡ଼ା ଜିଲ୍ଲାର କାଶୀପୁର ଠାରେ କୁଆପଥର ବର୍ଷା ହୋଇଛି । କୁଆପଥର ବର୍ଷା ଏତେ ମାତ୍ରାରେ ହୋଇଥିଲା ଯେ ରାସ୍ତାଘାଟ ଚାରିଆଡ଼େ ଧରା ଆବରଣ ବସିଯାଇଥିଲା ।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି । ଅଦିନିଆ ବର୍ଷା ଓ ବଜ୍ରପାତ କାରଣରୁ କୌଣସି କ୍ଷୟକ୍ଷତି ସଂପର୍କିତ ଖବର ମିଳିନାହିଁ । ବର୍ଷା ଯୋଗୁଁ ଲୋକଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ସନ୍ଧ୍ୟା ସମୟରେ ରାଜଧାନୀରେ ମଧ୍ୟ ବର୍ଷା ହୋଇଛି । ବାଲେଶ୍ଵର ଜିଲ୍ଲାରେ ଅପରାହ୍ନ ସମୟରେ ବର୍ଷା ସହ ବଜ୍ରପାତ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ ଅନ୍ୟ ସ୍ଥାନରେ ମଧ୍ୟ ବର୍ଷା ରେକର୍ଡ କରାଯାଇଛି ।












Click it and Unblock the Notifications