ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ, ଆଉ 2 ଦିନ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ ଆହୁରି ଦୁଇ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଏପରିକି ବର୍ଷା ସମୟରେ ରାଜ୍ୟରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ । ତାପମାତ୍ରା ସ୍ୱାଭାବିକଠାରୁ 2-4 ଡିଗ୍ରୀ ଅଧିକ ରହିବ ବୋଲି ବିଭାଗ ସୂଚନା ଦେଇଛି ।

rain

ଏବେ ଓଡ଼ିଶାକୁ ପୂର୍ବ ଦିଗରୁ ତରଙ୍ଗାୟିତ ଶୁଷ୍କ ଗରମ ପବନ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ଠାରୁ 3-4 ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏହାସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଦିନରେ ଗୁଳୁଗୁଳି ଅନୁଭୁତ ହେଉଛି । ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଏହା ପରେ ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହ ବଢିବ । ରାତି ତାପମାତ୍ରା ସ୍ୱାଭାବିକ ଠାରୁ 2-4 ଡିଗ୍ରୀ ପର୍ଯ୍ୟନ୍ତ କମିବ । ଫଳରେ କିଛି ଦିନ ପାଇଁ ରାଜ୍ୟକୁ ଶୀତ ଫେରିବ ବୋଲି ଆକଳନ କରାଯାଇଛି ।

ଗତକାଲି ପଶ୍ଚିମାଝଡ଼ ଏବଂ ପୂର୍ବାଳୀ ବାୟୁର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମାଲକାନଗିରି ଜିଲାର କୋରୁକୁଣ୍ଡାରେ ସର୍ବାଧିକ 6 ସେଣ୍ଟିମିଟର ଓ କୋରାପୁଟରେ 5 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା 24 ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+