କାଲି ଠୁ ପୁଣି ବର୍ଷିବ ! ଆଗାମୀ 24 ଘଣ୍ଟାରେ ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷିବା ପରେ ଆଜି କମିଛି । ଏହା ପରେ କାଲି ପୁଣି ବଢିବ ବର୍ଷା । ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପକୂଳ ଓଡ଼ିଶାରେ କାଁ ଭାଁ ବର୍ଷିବ । ଗରମ ଗୁଳୁଗୁଳି ଅନୁଭୂତ ହେବ ।

rain

ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ବୁଧବାର ସୃଷ୍ଟି ହୋଇ ଥିବା ସୁଦୃଶ୍ୟ ଲଘୁଚାପ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ପଡ଼ୋଶୀ ରାଜ୍ୟରେ ସକ୍ରିୟ ରହିଛି । ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ନରହିବା କାରଣରୁ ଆଜିଠାରୁ ଧୀରେ ଧୀରେ ବର୍ଷା କମ୍‌ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ବୁଧବାରଠାରୁ ବର୍ଷା ଲାଗି ରହିଛି ।

ସେହିପରି ଆସନ୍ତା 24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 9 ଟି ଜିଲ୍ଲାକୁ ଅରେଞ୍ଜ ଓ 6 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ ଫ୍ଲାସଫ୍ଲଡ ନେଇ ସତର୍କତା ଜାରି ହୋଇଥିବା ବେଳେ, ସହରିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିବ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଦକ୍ଷିଣ ଓଡ଼ିଶାର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ଦୁର୍ଗମ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । 16 ତାରିଖରୁ ବର୍ଷାର ପରିମାଣ କମିବ । ହେଲେ ପୁଣି 19 ତାରିଖରୁ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ପରିମା ବଢିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+