Get Updates
Get notified of breaking news, exclusive insights, and must-see stories!

ବାହାନଗାର ବିକାଶ ଲାଗି 2 କୋଟି ଟଙ୍କା ଦେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର: ବାହାନଗାରେ ରେଳ ଦୁର୍ଘଟଣା ପରେ ଆଜି ପୁଣି ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ସମୟରେ ସେ ବାହାନଗା ବଜାର ଯାଇ ଦୁର୍ଘଠଣା ସମୟରେ ବଦାନ୍ୟତା ଦେଖାଇଥିବାରୁ ସ୍ଥାନୀୟ ଲୋକଙ୍କୁ ସାଧୁବାଦ ଜଣାଇବା ସହ ବାହାନଗାର ବିକାଶ ପାଇଁ 2 କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

Ashwini Vaishnaw

ବାହାନଗା ଅଞ୍ଚଳର ବିକାଶ ପାଇଁ ନିଜର ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ସହାୟତା ଯୋଗାଇ ଦେଇଥିବା ବେଳେ ସ୍ଥାନୀୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ରେଳବାଇ ପାଣ୍ଠିରୁ ଏକ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଜୁନ୍ 2ରେ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ସ୍ଥାନୀୟ ଲୋକ, ଡାକ୍ତର ଓ ଚିକିତ୍ସା କର୍ମଚାରୀ ସମସ୍ତଙ୍କୁ ମନ୍ତ୍ରୀ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି ।

ଦୁର୍ଘଟଣା ପରେ ବାହାନଗାକୁ ଦ୍ୱିତୀୟ ଥର ଆସିବାର କାରଣ ବିଷୟରେ ମନ୍ତ୍ରୀ କରିଛନ୍ତି, ଦୁର୍ଘଟଣା ପରେ ଅଞ୍ଚଳବାସୀ ଯେଉଁ କାମ କରିଛନ୍ତି ତାହା ପ୍ରଶଂସନୀୟ । ତେଣୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଛି ।

ସେ ବାଲେଶ୍ୱର ଡାକ୍ତରଖାନା ଯାଇ ଅଧିକାରୀ ଓ ଡାକ୍ତରଙ୍କୁ ଭେଟିଛନ୍ତି। ଏହାସହ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ମଧ୍ୟ ଭେଟିଛନ୍ତି। ବାଲେଶ୍ୱର ରେଳ ଷ୍ଟେସନର ବିକାଶ ନେଇ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+