ପରଲୋକରେ ରେଡ଼ିଓ ଉପସ୍ଥାପକ ଉପେନ୍ଦ୍ର କୁମାର ପାହାଡ଼ସିଂହ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ରେଡିଓ ଉପସ୍ଥାପକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକ । ଦିଲ୍ଲୀର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା ।
ଭୁବନେଶ୍ୱର : ରେଡିଓ ଉପସ୍ଥାପକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକ । ଦିଲ୍ଲୀର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ଦିଲ୍ଲୀ ଆକାଶବାଣୀରେ ସମ୍ବାଦ ଉପସ୍ଥାପକ ଭାବେ କାର୍ଯ୍ୟ କରି ନିଜର ଗୁରଗମ୍ଭୀର ସ୍ୱର ପାଇଁ ସେ ଓଡ଼ିଶାର ଘରେ ଘରେ ବେଶ ପରିଚିତ ଥିଲେ ।

ସୂଚନାରୁ ପ୍ରକାଶ, ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଦିଲ୍ଲୀରେ ଏକ ପ୍ରାଇଭେଟ୍ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
ନବେ ଦଶକରେ ଆକାଶବାଣୀର ସବୁଠୁ ଲୋକପ୍ରିୟ ସମ୍ବାଦ ପାଠକ ଥିଲେ ଉପେନ୍ଦ୍ର କୁମାର ପାହାଡ଼ସିଂହ । ତାଙ୍କ ନିଆରା ସମ୍ବାଦ ପଠନ ଶୈଳୀ ଯୋଗୁଁ ଶ୍ରୋତାଙ୍କ ଅତିପ୍ରିୟ ହୋଇପାରିଥିଲେ । ଦିଲ୍ଲୀରୁ ପ୍ରସାରିତ ଓଡ଼ିଆ ସମ୍ବାଦ ପାଠକ ଭାବେ ଲୋକେ ତାଙ୍କୁ ଆଜି ବି ମନେ ରଖିଛନ୍ତି ।
ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବେତାର ସମ୍ବାଦ ପରିବେଷଣ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 30, 2021
ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାଇ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, "ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ବେତାର ସମ୍ବାଦ ପରିବେଷଣ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।"












Click it and Unblock the Notifications