ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ଏହି ଦିନ ହେବ ଶୁଭାରମ୍ଭ
Puri-Rourkela Vande bahrat Express: ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ ରୁ ରାଉରକେଲା ମଧ୍ୟରେ ଚଳାଚଳ କରିବ ଏହି ଟ୍ରେନ୍ ।
ଆସନ୍ତା 24 ତାରିଖରେ ଗଡ଼ିବ ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ । ଭିସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ 20 ତାରିଖରେ ଏହାର ଟ୍ରାଏଲ୍ ରନ୍ ସରିଛି । ପ୍ରଥମେ ପୁରୀ ରୁ ତାଳଚେର ପର୍ଯ୍ୟନ୍ତ ସେପ୍ଟେମ୍ବର 11 ତାରିଖରେ ଟ୍ରାଏଲ୍ ରନ୍ କରାଯାଇଥିଲା ।

କ'ଣ ରହିବ ସମୟ ?
ଏହା ସକାଳ 5 ଟାରୁ ପୁରୀ ଷ୍ଟେସନ ଛାଡ଼ି ଅପରାହ୍ନ 12.45 ମିନିଟ୍ ରେ ରାଉରକେଲା ଷ୍ଟେସନରେ ପହଁଞ୍ଚିବ । ସେହିପରି ରାଉରକେଲାରୁ ଅପରାହ୍ନ 2.10 ମିନିଟରେ ବାହାରି ରାତି 9.40 ମିନିଟ୍ ରେ ପୁରୀ ଷ୍ଟେସନରେ ପହଁଞ୍ଚିବ । ଏହି ହାଇସ୍ପିଡ଼ ଟ୍ରେନ୍ ରେ 8ଟି କୋଚ ରହିଛି ।
ଏହି ଟ୍ରେନ୍ ଟି ପୁରୀ ଷ୍ଟେସନରୁ ବାହାରି ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଅର୍ଥାତ୍ 10 ଟି ଷ୍ଟେସନରେ ରହଣି କରିବ ।
ଚଳିତ ବର୍ଷ ମେ' ମାସ ୧୮ ତାରିଖରେ ପୁରୀରୁ-ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ । ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ 2 ଟି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ପାଇଁ ଦାବି କରିଥିଲେ ।












Click it and Unblock the Notifications