ଆଜି ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ

Vande Bharat Express

Vande Bharat Express : ବହୁ ପ୍ରତୀକ୍ଷାର ହେବ ଅନ୍ତ । ଆଜିଠାରୁ ଓଡିଶାରେ ଗଡ଼ି ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ ରୁ ହାୱଡା ମଧ୍ୟରେ ଚଳାଚଳ କରିବ ଏହି ଟ୍ରେନ୍ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ବନ୍ଦେ ଭାରତ ଶୁଭାରମ୍ଭ ଉତ୍ସବରେ ପୁରୀ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଓଡ଼ିଶାର ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ସକାଳ 9 ଟାରୁ ଆରମ୍ଭ ହେବ ଏବଂ ପିଏମ ମୋଦୀ ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେବେ ।

ଏହି 16 କୋଚ୍ ବିଶିଷ୍ଟ ସେମି ହାଇ ସ୍ପିଡ୍ ଟ୍ରେନ ନିୟମିତ ଭାବେ ମେ 20 ତାରିଖରୁ ଚଳାଚଳ କରିବ । ଗୁରୁବାର ବ୍ୟତୀତ ସପ୍ତାହରେ ଛଅ ଦିନ ଟ୍ରେନ୍ ଚଳାଚଳ କରିବ । ପୁରୀ ରୁ ବାହାରି ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର ଷ୍ଟେସନରେ 2 ମିନିଟ ଲେଖାଏଁ ଏହି ଟ୍ରେନ୍ ର ରହଣୀ ଅଛି ।

ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ- ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ପ୍ରତିଦିନ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ 6 ଟା 10 ରେ ହାୱଡା ଷ୍ଟେସନରୁ ବାହାରି 12 ଟା 25 ରେ ପୁରୀରେ ପହଞ୍ଚିବ । ସେହିପରି ଅପରାହ୍ନ 1.50 ମିନିଟରୁ ପୁରୀ ଷ୍ଟେସନ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ 8 ଟାରେ ହାୱଡାରେ ପହଞ୍ଚିବ ।

ତେବେ ରେଳ ବିଭାଗର ସୂଚନା ଅନୁଯାୟୀ, 22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଯାତ୍ରୀଙ୍କ ବୁକିଂ ମେ 17 ରୁ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ କରିପାରିବେ । ଯାତ୍ରୀମାନେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଅଫିସିଆଲ୍ ୱେବସାଇଟ୍ କିମ୍ବା ଆପକୁ ଯାଇ ଟିକେଟ୍ ବୁକିଂ କରି ପାରିବେ ।

ସୂଚନାଯୋଗ୍ୟ ଯେ, ଗତ ଅପ୍ରେଲ 28 ଓ ମେ' 7 ତାରିଖରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇ ସାରିଛି । ଏହି ଟ୍ରେନ୍ କାର୍ଯ୍ୟକ୍ଷମ ହେଲେ ଏହା ଓଡିଶା ପାଇଁ ପ୍ରଥମ ଏବଂ ପଶ୍ଚିମବଙ୍ଗ ପାଇଁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+